ETV Bharat / state

ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସ ଭଲ କରିବ: ମୋକିମ

author img

By

Published : May 12, 2023, 10:07 PM IST

କଂଗ୍ରେସର ସଂଗଠନକୁ ଆହୁରି ମଜଭୁତ ହେବ: ମହମ୍ମଦ ମୋକିମ
କଂଗ୍ରେସର ସଂଗଠନକୁ ଆହୁରି ମଜଭୁତ ହେବ: ମହମ୍ମଦ ମୋକିମ

କଂଗ୍ରେସ ଦଳରେ ଏବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରୋକ୍ଷରେ ଦଳ ଛାଡିବା କି ରହିବା ନେଇ ଚାଲିଥିବା ପ୍ରଶ୍ନରେ ପୁର୍ଣ୍ଣଛେଦ ପକାଇଛନ୍ତି ମୋକିମ । ଅଧିକ ପଢ଼ନ୍ତୁ

କଂଗ୍ରେସର ସଂଗଠନକୁ ଆହୁରି ମଜଭୁତ ହେବ: ମହମ୍ମଦ ମୋକିମ

କଟକ: କଂଗ୍ରେସ ଦଳରେ ଏବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୋକିମଙ୍କ ଆଭିମୁଖ୍ୟକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋକିମ ଏବେ କାହା ସହିତ ଅଛନ୍ତି ? କିଏ କହୁଛି ବିଜେପି ମୁହାଁ ତ ଆଉ କିଏ କହୁଛି ବିଜେଡିକୁ ଯାଇପାରନ୍ତି ମୋକିମ । ଆଉ କିଏ କହୁଛି ଆମ ଆଦମୀ ପାର୍ଟିର ଓଡିଶା ନେତୃତ୍ୱ ନେଇ ପାରନ୍ତି ମୋକିମ ।

ହେଲେ ମୋକିମ ଇଟିଭି ଭାରତକୁ ଦେଇଥିବା ପ୍ରତିକ୍ରିୟାରେ ଦଳ ସପକ୍ଷରେ ମତ ରଖିଛନ୍ତି । ଦଳକୁ ଆହୁରି ସୁଦୃଢ କରିବା ପାଇଁ ମତ ପୋଷଣ କରିଛନ୍ତି । ଏଭଳି ପ୍ରତିକ୍ରିୟା ଦେଇ ସେ ଦଳ ଛାଡିବେ କି ରହିବେ ନେଇ ଚାଲିଥିବା ପ୍ରଶ୍ନରେ ପୁର୍ଣ୍ଣଛେଦ ପଡ଼ିଛି । କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରେ ମୋକିମ ଯୋଗ ଦେଉନଥିବାରୁ ରାଜନୈତିକ ସମୀକ୍ଷକ ସେ ଦଳ ଛାଡ଼ି ପଦ୍ମ ଧରିବେ ବୋଲି ଆକଳନ କରୁଥିଲେ ।

ମୋକିମ ଏଥର ନିଜ ଦଳ ବିରୋଧରେ କହି ନାହାନ୍ତି । ଦଳର ସପକ୍ଷରେ ମତ ଦେଇ କହିଛନ୍ତି, ‘‘ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ବିଶେଷକରି ପିସିସି ସଭାପତିଙ୍କ ପରିଶ୍ରମର ଫଳ ମିଳିପାରେ । ସେହିପରି ଭୁବନେଶ୍ୱରରେ କିଛି କଂଗ୍ରେସ ନେତାମାନଙ୍କୁ ନେଇ ଯେଉଁ ବୈଠକ କରାଯାଇଥିଲା ତାହା କଂଗ୍ରେସକୁ ଆହୁରି ମଜଭୁତ କରିବ । ଯାହା ଆମକୁ ଆଗକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିବ ।’’

ଏହସହ ଜାନକୀ ବାବୁ ଏବଂ ବସନ୍ତ ବାବୁ କଣ କଂଗ୍ରେସର ନୁହଁନ୍ତି କି ବୋଲି ମୋକିମ ପାଲଟା ଜବାବ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବସନ୍ତ ବାବୁ ଓ ଜାନକୀ ବାବୁଙ୍କ ନୀତି ଆଦର୍ଶକୁ ନେଇ କଂଗ୍ରେସ ତିନିତିନି ଥର ଜିତିଥିଲା । ତାହାକୁ ସ୍ମରଣ କରି କଂଗ୍ରେସର ସଂଗଠନକୁ ଆହୁରି ମଜଭୁତ କରିବାକୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେବଳ ସେତିକି ନୁହେଁ ନୂତନ ଯୁବ ପିଢ଼ିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଏପରି ବୈଠକ ଆୟୋଜନ କରାଯାଇଥିଲା ବୋଲି ସେ କହିଛନ୍ତି ।

ତେବେ ଏହାଦ୍ୱାରା କଂଗ୍ରେସ ଦଳ ପୁଣି ଲୋକଙ୍କର ବିଶ୍ୱାସ ଭାଜନ ହୋଇପାରିବ ବୋଲି ସେ କହିଛନ୍ତି । ତେବେ ଏହା ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବେଶ ସହାୟକ ହେବ । ଲୋକମାନେ କଂଗ୍ରେସକୁ ଭୋଟ ଦେବେ ବୋଲି ମୋକିମ ଆଶାବାଦୀ ଅଛନ୍ତି । କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରଭାବ ଯେପରି ପଡିବ ସେଥିପାଇଁ ଏହି ବୈଠକ ମାଧ୍ୟମରେ ଉଦ୍ୟମ କରାଯାଇଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ତେବେ ଲୋକମାନେ ବିଜେପି ଛାଡି କଂଗ୍ରେସ ଫେରିବା ପାଇଁ ମନ ବଳାଇଲେଣି ବୋଲି ମୋକିମ କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.