ETV Bharat / state

ନିୟମକୁ ଫୁ କରି ଚାଲିଥିଲା ପାଠପଢା, କୋଚିଂ ସେଣ୍ଟର ସିଲ୍‌ କଲା CMC

author img

By

Published : Jan 13, 2022, 1:15 PM IST

କୋଭିଡ ନିୟମ ଉଲଙ୍ଘନ: ସିଲ ହେଲା କୋଚିଂ ସେଣ୍ଟର
କୋଭିଡ ନିୟମ ଉଲଙ୍ଘନ: ସିଲ ହେଲା କୋଚିଂ ସେଣ୍ଟର

କୋଭିଡ ନିୟମ ଭାଙ୍ଗି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ପଡିଲା ମହଙ୍ଗା । ଲିଙ୍କ ରୋଡ଼ ସ୍ଥିତ ଏଆର କ୍ରିଏସନ କୋଚିଂ ସେଣ୍ଟର(AR Creation Coaching Center), କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଉକ୍ତ ସେଣ୍ଟରକୁ ସିଲ କରିଛି କଟକ ମହାନଗର ନିଗମ(Cuttack municipal corporation)। ଅଧିକ ପଢନ୍ତୁ

କଟକ: ସିଲ ହେଲା କୋଚିଂ ସେଣ୍ଟର । କୋଭିଡ ନିୟମ ଭାଙ୍ଗି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ପଡିଲା ମହଙ୍ଗା । ଲିଙ୍କ ରୋଡ଼ ସ୍ଥିତ ଏଆର କ୍ରିଏସନ କୋଚିଂ ସେଣ୍ଟର(AR Creation Coaching Center), କୋଭିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ଉକ୍ତ ସେଣ୍ଟରକୁ ସିଲ କରିଛି କଟକ ମହାନଗର ନିଗମ(Cuttack municipal corporation)।

କୋଭିଡ ନିୟମ ଉଲଙ୍ଘନ: ସିଲ ହେଲା କୋଚିଂ ସେଣ୍ଟର

ତେବେ କୋଭିଡର ତୃତୀୟ ଲହର ମଧ୍ୟରେ ସବୁ ଶିକ୍ଷାନୁଷ୍ଠାନକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କିନ୍ତୁ ଏହି ଘୋଷଣାକୁ ଆଖି ଠାର ମାରି କୋଚିଂ ସେଣ୍ଟରେ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ପଢ଼ା ଯାଉଥିଲା। ଯାହାର ସୂଚନା ପାଇ ସେଣ୍ଟରକୁ ସିଲ କରିବା ସହ କର୍ତ୍ତୃପକ୍ଷଙ୍କୁ ତାଗିଦ ମଧ୍ୟ କରିଛି CMC ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.