ETV Bharat / state

Post-Poll Violence: ନିଆଳି ଥାନା ଆଗରେ ବିଜେପି କର୍ମୀଙ୍କ ଧାରଣା

author img

By

Published : Mar 21, 2022, 6:22 PM IST

ଥମୁନି ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା, ନିଆଳି ଥାନା ଆଗରେ ଧାରଣା ଦେଲେ ବିଜେପି କର୍ମୀ
ଥମୁନି ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା, ନିଆଳି ଥାନା ଆଗରେ ଧାରଣା ଦେଲେ ବିଜେପି କର୍ମୀ

ଥମୁନି ପଞ୍ଚାୟତ ନିର୍ବାଚନୀ ହିଂସା । ନିର୍ବାଚନ ପରେ ମଧ୍ଯ ଲାଗି ରହିଛି ରାଜନୈତିକ ହିଂସା । କେଉଁଠି ପଞ୍ଚାୟତ ନିର୍ବାଚନ ପରେ ହତ୍ଯା ଓ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନିଆଳି: ଥମୁନି ପଞ୍ଚାୟତ ନିର୍ବାଚନୀ ହିଂସା । ନିର୍ବାଚନ ପରେ ମଧ୍ଯ ଲାଗି ରହିଛି ରାଜନୈତିକ ହିଂସା । କେଉଁଠି ପଞ୍ଚାୟତ ନିର୍ବାଚନ ପରେ ହତ୍ଯା ଓ ଗଣ୍ଡଗୋଳ ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ ନିର୍ବାଚନ ପର ଠାରୁ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଛୋଟ ବଡ ହିଂସା ଲାଗି ରହିଛି । କେଉଁଠି ସରପଞ୍ଚଙ୍କ ଘରକୁ ବୋମାମାଡ ତ ଆଉ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟରେ ପଶି ଦୃର୍ବୃତ୍ତ ଭଙ୍ଗାରୁଜା କରୁଥିବା ନେଇ ନିଆଳି ଥାନାରେ ଅଭିଯୋଗ ହୋଇଛି । ନିଆଳି ଥାନା କପାସି ପଞ୍ଚାୟତ ନିର୍ବାଚିତ ସମିତି ସଭ୍ଯା ଲକ୍ଷ୍ମୀପ୍ରିୟା ଲେଙ୍କାଙ୍କୁ ସେହି ଅଞ୍ଚଳର ଜଣେ ବ୍ୟକ୍ତି ଆକ୍ରମଣ ଓ ଗାଳିଗୁଲଜ କରୁଥିବା ନେଇ ସେ ନିଆଳି ଥାନାରେ ଅଭିଯୋଗ କରିଥିଲେ ।

ଥମୁନି ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା, ନିଆଳି ଥାନା ଆଗରେ ଧାରଣା ଦେଲେ ବିଜେପି କର୍ମୀ

ମାତ୍ର ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସମିତି ସଭ୍ଯା ଓ ସମର୍ଥକମାନେ ଆଜି ନିଆଳି ଥାନା ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବିରେ ଏହି ଆନ୍ଦୋଳନ କରାଯାଇଛି । ତେବେ କପାସି ପଞ୍ଚାୟତ ଗତ ଥର ଶାସକ ଦଳ ଦଖଲରେ ଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ଦଖଲ କରିଥିବା କାରଣରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି ।

ଅନ୍ୟପଟେ ନିଆଳି ସୁରକ୍ଷା ମଞ୍ଚ ସଭାପତି ଶଶୀକାନ୍ତ ଲେଙ୍କା ଓ ସ୍ଥାନୀୟ ପ୍ରଶାସନ ଆଲୋଚନା ପରେ ଅଭିଯୁକ୍ତ ତୁରନ୍ତ ଗିରଫ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ ନିଆଳି ବ୍ଳକ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ନିଆଳି ବିଜେଡି ପକ୍ଷରୁ ଦାବିପତ୍ର ନିଆଳି ଥାନାରେ ଦିଆଯାଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.