ETV Bharat / state

ଅଲଗା ହେବେ ବର୍ଷା-ଅନୁଭବ: ବିବାହ ବିଚ୍ଛେଦ ଅନୁମତି ଦେଲେ ହାଇକୋର୍ଟ

author img

By ETV Bharat Odisha Team

Published : Dec 21, 2023, 2:18 PM IST

Updated : Dec 21, 2023, 3:26 PM IST

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା
ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା

Anubhav-Varsha marital discord: ଅଭିନେତ୍ରୀ ବର୍ଷା ଓ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ । ଅଧିକ ପଢନ୍ତୁ

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା

କଟକ: ଅଲଗା ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ । ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନୁଭବ । ସାଂସଦଙ୍କ ଆବେଦନ ଆଧାରରେ ହାଇକୋର୍ଟ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ପରିବାର ଅଦାଲତ । ଛାଡପତ୍ର ମାମଲାରେ କଟକ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ ଅନୁଭବ।


ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡପତ୍ର ଆବେଦନକୁ କଟକ ପରିବାର ଅଦାଲତ ସେପ୍ଟେମ୍ବର ୨୨ରେ ଖାରଜ କରିଥିଲେ । ପରିବାର ଅଦାଲତ ଅନୁଭବଙ୍କ ଛାଡପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ। ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ମାମଲା ଦାୟର କରିଥିବା ବେଳେ ଏକତ୍ର ରହିବା ନେଇ ଆବେଦନ କରିଥିଲେ ବର୍ଷା । ଉଭୟଙ୍କ ଆବେଦନକୁ ଆଗ୍ରହ୍ୟ କରିଥିଲେ ପରିବାର ଅଦାଲତ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନୁଭବ । ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ରବ୍ଦ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଥିଲେ । ଆଜି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Varsha Anubhav Marital Discord: ପୁଣି ଭିଡିଓ ଛାଡ଼ିଲେ, ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କୁ କଲେ ଅପିଲ୍

ତେବେ ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ବାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେ ଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ କରିଛନ୍ତି । ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏକ ଭିଡିଓ ଜାରି କରି ବର୍ଷାଙ୍କୁ ଛାଡପତ୍ର ସ୍ବୀକାର କରିବାକୁ ଅପିଲ କରିଥିଲେ ।

ଇଟିଭି ଭାରତ, କଟକ

Last Updated :Dec 21, 2023, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.