Varsha Anubhav Marital Discord: ପୁଣି ଭିଡିଓ ଛାଡ଼ିଲେ, ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କୁ କଲେ ଅପିଲ୍

By ETV Bharat Odisha Team

Published : Oct 10, 2023, 4:54 PM IST

thumbnail

ଭୁବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମାଲା । ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ନୂଆ ଭିଡିଓ । ଯେଉଁଥିରେ ଅନୁଭବ ବର୍ଷାଙ୍କୁ ଛାଡପତ୍ର ସ୍ବୀକାର କରିବାକୁ ଅପିଲ୍ କରିଛନ୍ତି । ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ପାରିବାରିକ ଅଦାଲତଙ୍କ ରାୟ ଆସିଥିଲା । ଉଭୟ ପତି-ପତ୍ନୀଙ୍କ ଆବେଦନ ଖାରଜ କରିଥିଲେ କରିଥିଲେ ହାଇକୋର୍ଟ ।  ଅଦାଲତଙ୍କ ଏହି ରାୟ ଅନୁଭବଙ୍କୁ ନିରାଶ କରିଥିଲା । ଯାହା ଫଳରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଆପୋଷ ବୁଝାମଣା ସହ ଛାଡ଼ପତ୍ର ନେବାକୁ ବର୍ଷାଙ୍କ ଅନୁରୋଧ କରୁଛନ୍ତି ଅନୁଭବ । ଏହାସହ ତାଙ୍କ ମା' ଏବଂ ଭଉଣୀକୁ ବି ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୋ ବାପାଙ୍କ ଦେହ ଭଲ ନାହିଁ ସେ ବହୁତ ଅସୁସ୍ଥ ଅଛନ୍ତି । ଏହାକୁ ନେଇ ମୋ ମା' ଏବଂ ମୋର ପୁରା ପରିବାର ଅଶାନ୍ତିରେ ଥିବା ବେଳେ ଆମେ ରାତିରେ କେହି ଶୋଇପାରୁନାହୁଁ । ପରିବାର ମୋ ପାଇଁ ସବୁକିଛି । ମୋ ବିବାହ କାରଣରୁ ମୋ ପରିବାର ଅଶାନ୍ତି ହେଉଛି ବୋଲି କହିଛନ୍ତି ଅନୁଭବ । ସେ ଏହା ମଧ୍ୟ କହିଛନ୍ତି, କିଛି ଦିନ ତଳେ ମୁଁ ଟ୍ବିଟରରେ ବର୍ଷାଙ୍କୁ ଭଲ ବନ୍ଧୁ ହୋଇ ରହିବାକୁ ଅନୁରୋଧ କରିଥିଲି । ହେଲେ ବର୍ଷା ଏହାର ଉତ୍ତର ନଦେଇ ଓଲଟି ମୋତେ ବ୍ଲକ୍‌ କରିଦେଲେ । ମୁଁ ଏହି ଭିଡିଓ ବର୍ଷାଙ୍କ ଚରିତ୍ର ସଂହାର ଉଦ୍ଦେଶ୍ୟରେ କରୁନାହିଁ ବରଂ ଭଲ ବନ୍ଧୁ ହୋଇ ସବୁଦିନ ରହିବା ସହ ବିବାହ ବନ୍ଧନରୁ ଆପୋଷ ବୁଝାମଣାରେ ମୁକ୍ତ ହେବା ପାଇଁ ଅପିଲ କରୁଛି । ସେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ଶୁଣନ୍ତୁ ଏହି ସମ୍ପୂର୍ଣ୍ଣ ଭିଡିଓ, ଅନୁଭବ ମହାନ୍ତି କଣ କହୁଛନ୍ତି.....

ଏହା ମଧ୍ୟ ପଢନ୍ତୁ: 'ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି, ଆମେ ବନ୍ଧୁ ହୋଇ ରହି ପାରିବାନି ?'

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.