ETV Bharat / entertainment

'ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି, ଆମେ ବନ୍ଧୁ ହୋଇ ରହି ପାରିବାନି ?'

author img

By ETV Bharat Odisha Team

Published : Oct 6, 2023, 2:00 PM IST

ଅନୁଭବ ମହାନ୍ତି
ଅନୁଭବ ମହାନ୍ତି

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ବର୍ଷାଙ୍କ ପାଇଁ ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି । ବିବାହ ପରେ ବିଦାୟ ବେଳର ଫଟୋକୁ ପୋଷ୍ଟ କରି ଅନୁଭବ ଲେଖିଛନ୍ତି ଅନେକ କିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ଷା ଆଇ ଲଭ୍‌ଡ୍‌ ୟୁ... । ମୁଁ ତୁମକୁ ହୃଦୟରୁ ବହୁତ ଭଲ ପାଉଥିଲି... । ଏହା ଆମେ କହୁନୁ, କହୁଛି ଅନୁଭବଙ୍କର ଏହି ପୋଷ୍ଟ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଥିବାବେଳେ ସୋସିଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ଅନୁଭବ। ଯଦିଓ ଏଥିରେ ଲେଖାଯାଇଥିବା କଥାଟା ସହଜରେ ହଜମ ହେଉନି, କିନ୍ତୁ ଅନୁଭବଙ୍କ ପୋଷ୍ଟକୁ ନେଇ ବହୁତ କିଛି ସ୍ପଷ୍ଟ ହେଉଥିଲା । କିଛି ସମୟ ପୂର୍ବରୁ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ଏହାକୁ ଡିଲିଟ୍‌ କରିଦେଇଛନ୍ତି ।

ପୋଷ୍ଟ ଡିଲିଟ୍‌ କଲେ ସାଂସଦ ଅନୁଭବ ମହାନ୍ତି
ପୋଷ୍ଟ ଡିଲିଟ୍‌ କଲେ ସାଂସଦ ଅନୁଭବ ମହାନ୍ତି

ସୋସିଆଲ ମିଡିଆରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ବାର୍ତ୍ତା । ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ? ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ମୁଁ ଚାହେଁନି । ଯେହେତୁ ବିଚ୍ଛେଦ ସୁନିଶ୍ଚିତ । ହେଲେ ଏହା ସମ୍ମାନର ସହ ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ଇମୋଜି ପୋଷ୍ଟ କରିଛନ୍ତି । ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଏହା ମଧ୍ୟ ପଢନ୍ତୁ: ବର୍ଷା-ଅନୁଭବ ଘରୋଇ ହିଂସା ମାମଲା: SDJM କୋର୍ଟରେ ହାଜର ହେଲେନି ସାଂସଦ

ଏପଟେ କିଛି ଦିନ ପୂର୍ବରୁ କଟକ SDJM ଅଦାଲତରେ ଆଉ ଗୋଟିଏ ପିଟିସନ ଦାଖଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି ସାରିବାକୁ ସେ ଅପିଲ୍ କରିଛନ୍ତି । ନିଜ ପିଟିସନରେ ପୁଣି ବର୍ଷାଙ୍କୁ ଟାର୍ଗେଟ କରିଥିଲେ ଅନୁଭବ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ତାଙ୍କ ରାଜନୈତିକ କ୍ୟାରିଅର ପ୍ରଭାବିତ ହେବା ସମ୍ଭାବନା ରହିଥିବା କଥା ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ବର୍ଷା ଜାଣିଶୁଣି ଏହି ମାମଲାର ସମୟ ଗଡ଼ାଇ ଚାଲୁଛନ୍ତି । ବ୍ୟକ୍ତିଗତ ଭାବରେ ଜାଣିଶୁଣି ତାଙ୍କର ଭାବମୂର୍ତ୍ତି ନଷ୍ଟ କରୁଛନ୍ତି ବୋଲି ପିଟିସନରେ କହିଥିଲେ ସାଂସଦ ଅନୁଭବ ମହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.