ETV Bharat / state

ବର୍ଷା-ଅନୁଭବ ଘରୋଇ ହିଂସା ମାମଲା: SDJM କୋର୍ଟରେ ହାଜର ହେଲେନି ସାଂସଦ

author img

By ETV Bharat Odisha Team

Published : Oct 4, 2023, 10:16 PM IST

domestic violence case against anubhav
domestic violence case against anubhav

ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଜାରି ରହିଥିବା ଆଇନଗତ ଲଢେଇ । କଟକ SDJMଙ୍କ କୋର୍ଟରେ ହାଜର ହୋଇଥିଲେ ବର୍ଷା ହେଲେ ଆସି ନଥିଲେ ଅନୁଭବ । ଅଧିକ ପଢନ୍ତୁ

କଟକ: ବର୍ଷାଙ୍କ ପକ୍ଷରୁ ଦାୟର ଘରୋଇ ହିଂସା ମାମଲାରେ ଆଜି କଟକ ଏସଡ଼ିଜେଏମ କୋର୍ଟରେ ହାଜର ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି କିନ୍ତୁ କୋର୍ଟରେ ଉପସ୍ଥିତ ହୋଇନଥିଲେ ସାଂସଦ ଅନୁଭବ ମହାନ୍ତି । ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରହିଛି । ଅର୍ଥାତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ଆସନ୍ତା ଶୁଣାଣିରେ ମଧ୍ୟ ଏହି ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରହିବ । ତେବେ ଆସନ୍ତା ୧୧ ତାରିଖରେ ଏସଡ଼ିଜେଏମ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ପୂର୍ବରୁ ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମକଦ୍ଦମା ଦାୟର କରିଥିଲେ । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉନସେଲିଂ କରାଯାଇଛି । ଆଜି ଅପରାହ୍ନ ସାଢ଼େ 12ରୁ ସନ୍ଧ୍ୟା ପର୍ଯ୍ୟନ୍ତ କାଉନସେଲିଂ କରାଯାଇ ଥିଲେ ମଧ୍ୟ ଏହାର କଣ ସମାଧାନ ବାହାରିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ବର୍ଷା-ଅନୁଭବ ବିବାଦ ପାରିବାରିକ ମାମଲାରେ ପୂର୍ବ ଶୁଣାଣିରେ ଉଭୟ ପତିପତ୍ନୀ କଟକ SDJMଙ୍କ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜର ହେବା ପରେ ଉଭୟଙ୍କୁ ଦୁଇଟି ପର୍ଯ୍ୟାୟରେ କାଉନସେଲିଂ କରାଯାଇଥିଲା । ପ୍ରଥମେ ଏକାଠି ଓ ପରେ ଅଲଗା ଅଲଗା କରି କାଉନସେଲିଂ କରିଥିଲେ କୋର୍ଟ । ଅନୁଭବଙ୍କ ବିରୁଦ୍ଧରେ ବର୍ଷା ରୁଜୁ କରିଥିବା ଘରୋଇ ହିଂସା ମାମଲା କ୍ରମରେ ଏହି କାଉନସେଲିଂ କରାଯାଉଛି ।

ଏହାମଧ୍ୟ ପଢନ୍ତୁ...ସାଂସଦ ଅନୁଭବଙ୍କୁ ଝଟକା, ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ

ସେପଟେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ଅଦାଲତି ଲଢେଇରେ କଟକ ପରିବାର ଅଦାଲତଙ୍କ ସଦ୍ୟ ନିର୍ଦ୍ଦେଶନାମା କାହାରି ସପକ୍ଷରେ ଯାଇନାହିଁ । ବିବାହ ବିଚ୍ଛେଦକୁ ଅଗ୍ରାହ୍ୟ କରିଥିଲେ କଟକ ପରିବାର ଅଦାଲତ । ବିଚ୍ଛେଦକୁ ନେଇ ଅନୁଭବ ଆବେଦନ କରିଥିବା ବେଳେ ଏକାଠି ରହିବାକୁ ବର୍ଷା ଅଦାଲତରେ ଆବେଦନ କରିଥିଲେ । ହେଲେ କୋର୍ଟ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ।

ତେବେ କୋର୍ଟ ଉଭୟଙ୍କ ପିଟିସିନକୁ ଖାରଜ କରିବା ପରେ ଉଭୟ ପତିପତ୍ନୀଙ୍କୁ ଝଟକା ଲାଗିଛି । ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଶିତଳ ଯୁଦ୍ଧରୁ ଏହାର ଆଭାସ ମିଳୁଛି । ଗୋଟିଏ ପଟେ ବର୍ଷା କୋର୍ଟ ଏହି ନିର୍ଦ୍ଦେଶରେ ଖୁସି ପ୍ରକାଶ କରି ନିଜ ବିବାହ ବେଳର ଫଟୋ ପୋଷ୍ଟ କରୁଥିବା ବେଳେ ଡିଭୋର୍ସ ହେବାକୁ କେହି ଅଟକାଇ ପାରିବେନାହିଁ ବୋଲି ପୋଷ୍ଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅନୁଭବ ।

ଇଟିଭି ଭାରତ , କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.