ETV Bharat / state

ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ ! ଆସନ୍ତାକାଲି ଜାରି ରହିବ ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା

author img

By

Published : Dec 19, 2022, 4:09 PM IST

objectionable questions to Varsha Priyadarshini
ବର୍ଷା ଓ ଅନୁଭବଙ୍କ ଓକିଲଙ୍କ ପ୍ରତିକ୍ରିୟା

ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାକ୍ଷ୍ୟ ଗ୍ରହଣ ପାଇଁ ସୋମବାର କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ । ତେବେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବର୍ଷା ଓ ଅନୁଭବଙ୍କ ଓକିଲଙ୍କ ପ୍ରତିକ୍ରିୟା

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା (Varsha Anubhav Marital Discord) । ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି କୋର୍ଟରେ ହାଜର ହୋଇଥିଲେ ବର୍ଷା (Varsha Priyadarshini appear before family court) । ତେବେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି । ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପକ୍ରିୟା ।

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ ବର୍ଷା । ବର୍ଷାଙ୍କର ଆଜି ସାକ୍ଷ୍ୟଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ଅଭିଯୋଗ ଅନୁସାରେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ । ଇଂରାଜୀ ଭାଷାରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ପ୍ରଶ୍ନ ପଚାରିଥିବାବେଳେ ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ରଖିଥିଲେ । ଫଳରେ ଆଜି ଅସମ୍ପୂର୍ଣ୍ଣ ରହିଛି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପକ୍ରିୟା । ଆସନ୍ତାକାଲି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ।

ତେବେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ନେଇ ବର୍ଷାଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି କୋର୍ଟଙ୍କୁ ସେ ଅବଗତ କରିଥିଲେ । ତେବେ ବର୍ଷା ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି । ସେପଟେ କିନ୍ତୁ ବର୍ଷାଙ୍କ ଓକିଲଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବଙ୍କ ଓକିଲ ।

ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ବର୍ଷାଙ୍କୁ ପାରିବାରିକ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା । ହେଲେ ବର୍ଷା ହାଜର ହୋଇନଥିଲେ । ଅଭିନେତା ତଥା ସାଂସଦ ଅନୁଭବ ନିର୍ଦ୍ଦେଶ ଅନୁସାରେ ହାଜର ହୋଇଥିଲେ ମଧ୍ୟ ପତ୍ନୀ ବର୍ଷା ହାଜର ହୋଇନଥିବାରୁ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରିନଥିଲା । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଆଜି ଏନେଇ ପାରିବାରିକ କୋର୍ଟରେ ହାଜର ହୋଇଥିଲେ ବର୍ଷା । ତେବେ ଆଜି ତାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିବାରୁ ଆସନ୍ତାକାଲି ଏହି ପ୍ରକ୍ରିୟା ପାଇଁ ପୁଣିଥରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଲୋକଙ୍କ ହୃଦୟରେ ଘର କରିଥିବା ଏହି ଷ୍ଟାର ଦମ୍ପତ୍ତିଙ୍କ ସମ୍ପର୍କରେ ତିକ୍ତତା ଆସିଛି । ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.