ETV Bharat / state

Dhinkia Update: ଘଟଣାସ୍ଥଳକୁ ଯିବେ ୫ ଜଣିଆ ଆଇନଜୀବୀ କମିଟି

author img

By

Published : Feb 16, 2022, 5:12 PM IST

Updated : Feb 16, 2022, 6:15 PM IST

Dhinkia Update: ଘଟଣା ସ୍ଥଳକୁ ଯିବେ ୫ ଜଣିଆ ଆଇନଜୀବୀ କମିଟି
Dhinkia Update: ଘଟଣା ସ୍ଥଳକୁ ଯିବେ ୫ ଜଣିଆ ଆଇନଜୀବୀ କମିଟି

ହାଇକୋର୍ଟରେ ଢ଼ିଙ୍କିଆ ବିବାଦ ମାମଲା । ଘଟଣାସ୍ଥଳକୁ ଯିବେ ୫ ଜଣିଆ ଆଇନଜୀବୀ କମିଟି । ଅଧିକ ପଢନ୍ତୁ

କଟକ: ଢ଼ିଙ୍କିଆ ବିବାଦ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ହାଇକୋର୍ଟ ଏକ ୫ ଜଣିଆ ଆଇନଜୀବୀ କମିଟି ଗଠନ କରିଛନ୍ତି । ଏହି ୫ ଜଣିଆ କମିଟି ଘଟଣାସ୍ଥଳକୁ ଯିବେ । ଏହି କମିଟିରେ ୩ ଆବେଦନକାରୀ ଓକିଲ ଓ ୨ ସରକାରୀ ଓକିଲଙ୍କୁ ରଖାଯାଇଛି । ଆସନ୍ତା ୧୯ ତାରିଖରେ ଏହି ଆଇନଜୀବୀ କମିଟି ଘଟଣାସ୍ଥଳକୁ ଯିବେ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଏହି ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରାଯିବ । ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

Dhinkia Update: ଘଟଣାସ୍ଥଳକୁ ଯିବେ ୫ ଜଣିଆ ଆଇନଜୀବୀ କମିଟି

ଏହି ଘଟଣାକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ସେହିପରି ଆଇନଜୀବୀ କ୍ଷୀରୋଦ ମହାନ୍ତି ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ତେବେ ସ୍ଥାନୀୟ ମହିଳା କୁନି ମଲିକଙ୍କ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି । ତେବେ ପ୍ରତି ଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଭୟରେ ଗ୍ରାମର ଲୋକମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ନେଇ ଆବେଦନକାରୀ ସତ୍ୟପାଠରେ ଦର୍ଶାଇଥିଲେ ।

ସୂଚନାଯୋଗ୍ୟ ଢ଼ିଙ୍କିଆ ମାମଲାରେ ହାଇକୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ଜମି ଅଧିଗ୍ରହଣ ନିୟମ ସଠିକ୍ ପାଳନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ଏହାସହ ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନ ବରଜ ଭଙ୍ଗା ନଯାଉ, ଲୋକଙ୍କୁ ବିସ୍ଥାପିତ କରାନଯାଉ ବୋଲି କୋର୍ଟରେ ପ୍ରାର୍ଥନା କରାଯାଇଥିଲା । ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରାଯାଇଛି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, JSW, ପୋଲିସ ଡିଜି, ଜଗତସିଂହପୁର ଏସପି, ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Feb 16, 2022, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.