ETV Bharat / state

ନକଲି ଔଷଧ କାରବାର ମାମଲା, 2ଅଭିଯୁକ୍ତ ଅଟକ

author img

By

Published : Sep 12, 2022, 5:39 PM IST

ନକଲି ଔଷଧ କାରବାର ମାମଲା, 2ଅଭିଯୁକ୍ତ ଅଟକ
ନକଲି ଔଷଧ କାରବାର ମାମଲା, 2ଅଭିଯୁକ୍ତ ଅଟକ

କଟକର ଦୁଇ ହୋଲସେଲର ଅଟକ । ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ନକଲି ଔଷଧ କାରବାର ଘଟଣା । ଏନେଇ 2 ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁରୀଘାଟ ଥାନା ପୋଲିସ । ଅଧିକ ପଢନ୍ତୁ

କଟକ: ଆକ୍ସନ ମୁଡରେ କଟକ କମିଶନରେଟ ପୋଲିସ । ନକଲି ଔଷଧ କାରବାର ଘଟଣାର ଅଭିଯୋଗ ପରେ 2 ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁରୀଘାଟ ଥାନା ପୋଲିସ । ଏହି ଦୁଇ ଷ୍ଟକିଷ୍ଟଙ୍କ ଗୋଦାମରେ ପୋଲିସର ରେଡ଼ ଜାରି ରଖିଥିବା ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ପୋଲିସ ।

ନକଲି ଔଷଧ କାରବାର ମାମଲା, 2ଅଭିଯୁକ୍ତ ଅଟକ

ସୂଚନା ଅନୁଯାୟୀ,କଟକର ଦୁଇ ହୋଲସେଲର ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏପପରିକି ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିଲା । ଉଚ୍ଚ ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ତଦନ୍ତ କରିଥିଲା । ତଦନ୍ତରୁ କଟକ ମାଣିକଘୋଷ ବଜାର ଠାରେ ଥିବା ଏହି ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ ମୋଟ 50 ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଜଣା ପଡ଼ିଥିଲା । ସେଥିରୁ ଓଡ଼ିଶା ବଜାରକୁ ପ୍ରାୟ 30 ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିବା ବେଳେ 20 ଲକ୍ଷ ଟଙ୍କାର ଔଷଧକୁ ଗୁଜୁରାଟ ଓ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟବସାୟୀ ମାନଙ୍କ ପାଖକୁ ପଠାଯାଇଥିଲା । ତେବେ ନକଲି ବୋଲି ସନ୍ଦେହ ହେବା ପରେ ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରି ସେଗୁଡ଼ିକୁ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ନକଲି ଔଷଧ କାରବାର ପ୍ରସଙ୍ଗ, ଦୁଇ ଷ୍ଟକିଷ୍ଟଙ୍କ ସଦସ୍ୟତା ରଦ୍ଦ

ତେବେ ଏନେଇ ନକଲି ଔଷଧ କାରବାର ଘଟଣାରେ କମିଶନରେଟ ପୋଲିସ କଟକର ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସର ଦୁଇ ଜଣ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ତେବେ ସେମାନେ ହେଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କୟାଲ ଏବଂ ପୂଜା ଏଣ୍ଟରପ୍ରାଇଜସର ମାଲିକ ସଞ୍ଜୟ ଜଲାନ । ତେବେ ଏନେଇ ଡ୍ରଗ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଦାୟର ହୋଇଥିବା ଏତଲା କ୍ରମେ ଏହି ଔଷଧ କାରବାର କରୁଥିବା ଦୁଇ ଜଣ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପରେ ଷ୍ଟକିଷ୍ଟଙ୍କ ଗୋଦାମରେ ରେଡ୍‌ କରିବା ସହ ଘଟଣାର ତଦନ୍ତ ଜାରି ରହିଛି । ଏଥିସହ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.