ETV Bharat / state

ମାଫିଆଙ୍କ କବ୍ଜାରେ ବୌଦ୍ଧର ବିଭିନ୍ନ ଜଙ୍ଗଲ, ନୀରବଦ୍ରଷ୍ଟା ସାଜିଛି ଜଙ୍ଗଲ ବିଭାଗ !

author img

By ETV Bharat Odisha Team

Published : Dec 3, 2023, 6:28 PM IST

ମାଫିଆଙ୍କ କବ୍ଜାରେ ବୌଦ୍ଧର ବିଭିନ୍ନ ଜଙ୍ଗଲ, ନୀରବଦ୍ରଷ୍ଟା ସାଜିଛି ଜଙ୍ଗଲ ବିଭାଗ
ମାଫିଆଙ୍କ କବ୍ଜାରେ ବୌଦ୍ଧର ବିଭିନ୍ନ ଜଙ୍ଗଲ, ନୀରବଦ୍ରଷ୍ଟା ସାଜିଛି ଜଙ୍ଗଲ ବିଭାଗ

Timber Mafia causes indiscriminate felling of forest : ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଦିନ ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛ କାଟି ନିଆଯାଉଛି । ଜଙ୍ଗଲ ବିଭାଗର ଅବହେଳା ପାଇଁ ସବୁଜ ସବୁଜିମା ଭରା ଜିଲ୍ଲାରେ ଜଙ୍ଗଲ ନଷ୍ଟ ହୋଇଚାଲିଛି । ଅଧିକ ପଢନ୍ତୁ

ମାଫିଆଙ୍କ କବ୍ଜାରେ ବୌଦ୍ଧର ବିଭିନ୍ନ ଜଙ୍ଗଲ, ନୀରବଦ୍ରଷ୍ଟା ସାଜିଛି ଜଙ୍ଗଲ ବିଭାଗ

ବୌଦ୍ଧ: ଖୋଦ୍ ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ଜଙ୍ଗଲ ସମ୍ପଦ । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛ କାଟି ନିଆଯାଉଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ଓ କପାଚାଷ ପାଇଁ ଶହ ଶହ ଏକର ପରିମିତି ଜଙ୍ଗଲ ଅଞ୍ଚଳରେ ଥିବା ଗଛକଟା ଯାଉଥିବା ସୂଚନା ମିଳିଛି । ଏଭଳି ଚାଷ ଜିଲ୍ଲା ବାହାରର ବ୍ୟବସାୟୀଙ୍କ ଦ୍ବାରା ହେଉଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ସମ୍ପଦ ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡ଼ିଛି । ବୌଦ୍ଧ ଜିଲ୍ଲାର ବନଖଣ୍ଡ ଅଧିନରେ ଥିବା ପାଞ୍ଚ ଗୋଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ମାଫିଆଙ୍କ କବଜାରେ ଥିବା ଭଳି ମନେହେଉଛି । ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳର ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛକାଟି ଚାଲିଛନ୍ତି ମାଫିଆମାନେ । ବର୍ତ୍ତମାନ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ହୋଇଥିବା ଏହି ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରି ରହିଛି । ତେବେ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଥିଲେ ମଧ୍ୟ ବନ କର୍ମଚାରୀ ମାନେ କିଭଳି କିଛି ଜାଣିପାରୁନାହାନ୍ତି ସେନେଇ ଉଠିଛି ପ୍ରଶ୍ନବାଚୀ ।

ଏହା ମଧ୍ୟ ପଢନ୍ତୁ... ଅପହଞ୍ଚ ସରକାରୀ ଯୋଜନା, ପହଞ୍ଚି ପାରୁନି ବିକାଶ ଗାଡି

ବିଭିନ୍ନ ବିଭାଗର ଖାକି ପୋଷାକ ଧାରୀ ମାନେ ଗଞ୍ଜେଇ ଚାଷ ଓ କପାଚାଷ ପାଇଁ ଜାଗା ଚିହ୍ନଟ ଠାରୁ ନେଇ ସୀମା ଅନୁଯାୟୀ ଅର୍ଥ ଆଦାୟ କରୁଥିବା ସୂଚନା ମିଳିଛି । ଏପରିକି ଅନେକ ସ୍ଥାନରେ ଜାଳକାଠ ସଂଗ୍ରହ କରୁଥିବା ଗରିବ ଲୋକଙ୍କ ଠାରୁ ବେଆଇନ ଭାବେ ଜଙ୍ଗଲ କର୍ମଚାରୀମାନେ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ଯେ ଖାସ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଗ୍ରାମ ବିଜାପଦର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛକାଟି ନିଆଯାଉଥିବା ପରିଲକ୍ଷିତ ହୋଇଛି । ଅବଶ୍ୟ ବୌଦ୍ଧ ଜିଲ୍ଲା ବନଖଣ୍ଡ ବିଭାଗର ସ୍ବତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ସମୟରେ ଚଢାଉ କରି ମାଫିଆ ଓ ଚୋରା କାଠ ଚାଲାଣକାରୀଙ୍କୁ ଧରୁଛି । କିନ୍ତୁ ଜଙ୍ଗଲ ବିଭାଗର ଅବହେଳା ପାଇଁ ସବୁଜ ସବୁଜିମା ଭରା ଜିଲ୍ଲାରେ ଜଙ୍ଗଲ ନଷ୍ଟ ହୋଇଚାଲିଛି । କିନ୍ତୁ କାଠ ମାଫିଆମାନେ ଭିନ୍ନ ଭିନ୍ନ ଶୈଳୀରେ ଜଙ୍ଗଲରୁ କାଠକାଟି ନେଉଥିବା ଦେଖାଯାଉଛି । ସେହିପରି ବାମ୍ବୋ ପ୍ଲାଣ୍ଟ ନାଁରେ ଦୁର୍ନୀତି ହୋଇଥିବା କଥା ପଦାରେ ପଡିଛି । ତୁରନ୍ତ ଏନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.