ETV Bharat / state

ଡ୍ରାଇଭର ମହାସଂଘର ଦୁଃଖ ଶୁଣିଲେ ସରକାର, ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲା ସଂଘ

author img

By

Published : Nov 12, 2022, 9:38 PM IST

Updated : Nov 12, 2022, 11:00 PM IST

ଡ୍ରାଇଭର ମହାସଂଘର ଦୁଃଖ ଶୁଣିଲେ ସରକାର
ଡ୍ରାଇଭର ମହାସଂଘର ଦୁଃଖ ଶୁଣିଲେ ସରକାର

ଡ୍ରାଇଭର ମହାସଂଘର ଦୁଃଖ ଶୁଣିଲେ ସରକାର । ଡ୍ରାଇଭର ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା । ବୌଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଲେ ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ । ଅଧିକ ପଢନ୍ତୁ

ବୌଦ୍ଧ: ଖୁସିରେ ନାଚିଲେ ଡ୍ରାଇଭ ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଦାବି ପୂରଣ କରାଯିବା ନେଇ ସରକାର ଘୋଷଣା କରିବା ପରେ କୃତଜ୍ଞତା ଜଣାଇଲେ ବୌଦ୍ଧର ଡ୍ରାଇଭର ସଂଘର ସଦସ୍ୟ । ନଅ ଗୋଟି ଦାବି ମଧ୍ୟରୁ ଆଠଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଆଜି ବୌଦ୍ଧ ସେତୁ ଛକ ନିକଟରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ବାଣ ଫୁଟାଇ ମିଠା ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଡ୍ରାଇଭର ମହାସଂଘର ଦୁଃଖ ଶୁଣିଲେ ସରକାର

ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ 9 ଦଫା ଦାବି ନେଇ ଅନେକ ସମୟରେ ଧାରଣାକୁ ଓହ୍ଲାଉଥିଲେ ଡ୍ରାଇଭର ମହାସଂଘର ସଦସ୍ୟ । ତାଙ୍କର 9 ଦଫା ଦଫା ଦାବି ମୁତାବକ ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, 100/150 କିଲୋମିଟର ମଧ୍ୟରେ ଡ୍ରାଇଭରଙ୍କ ପାଇଁ ରେଷ୍ଟ ରୁମ, ପେନସନ ଯୋଜନା ଲାଗୁ କରିବା ପାଇଁ ପ୍ରମୁଖ ଦାବି ରଖିଥିଲେ । ତେବେ ସରକାର ସଂଘର ଦାବି ଗୁଡିକ ବାବଦରେ ଆଲୋଚନା କରି ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ବାରମ୍ବାର ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ । ଗତକିଛି ଦିନ ହେଲା ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲା ମହକୁମାରେ ଦଣ୍ଡବତ ଆନ୍ଦୋଳନ କରିଥିଲେ ।

ତେବେ ଏହି 9 ଦଫା ଦାବି ମଧ୍ୟରୁ ବିଶେଷ ଭାବରେ ଡ୍ରାଇଭରଙ୍କୁ ବୀମାଭୁକ୍ତ, ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ସାର୍ବଜନୀନ ସୁବିଧା ପାଇଁ ଆଗାମୀ ଶୀତ ଅଧିବେଶନ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିବା ପରେ ଆଜି ବୌଦ୍ଧ ସେତୁ ଛକ ନିକଟରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅର୍ଥମନ୍ତ୍ରଣାଳୟରୁ କହି ଫୋନ କରି ଲୁଟୁଥିଲା ଟଙ୍କା, ୟୁପି ଠକକୁ ଗିରଫ କଲା EOW

ଏନେଇ ମହାସଂଘର ସଭାପତି ବିପିନ ବିହାରୀ ବ୍ରହ୍ମ କହିଛନ୍ତି, ''ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘରାଜ୍ୟ ସରକାରଙ୍କୁ ଆମେ କୋଟି କୋଟି ପ୍ରଣାମ ଜଣାଉଛୁ । ଆମେ ଏଥିପାଇଁ ଖୁସି ଅଛୁ ଯେ ମୁଖ୍ୟମନ୍ତ୍ରୀ ଆମର 3ବର୍ଷ ଅକ୍ଲାନ୍ତ ପରିଶ୍ରମ ପରେ ଆମ କଥା ଶୁଣିଛନ୍ତି । ପୂର୍ବରୁ ସମ୍ବଲପୁରରୁ ଦଣ୍ଡବତ ଶୋଭାଯାତ୍ରା ବାହାରି ନବୀନ ନିବାସରେ ପହଞ୍ଚିଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ଆମ ଦାବି ପୂରଣ ନେଇ ଆମକୁ ପ୍ରତିଶୃତି ଦେଇଥିଲେ । ଆଗାମୀ ଶୀତ ଅଧିବେଶନ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି । ସେଥି ପାଇଁ ଆଜି ବହୁ ଜିଲ୍ଲାର ଭାଇ ମାନେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇ ସରକାରଙ୍କୁ ଧନ୍ୟବାଦ ଜଣାଇଛୁ ।''

ଇଟିଭି ଭାରତ, ବୌଦ୍ଧ

Last Updated :Nov 12, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.