ETV Bharat / state

ଆଜିଠୁ ବୌଦ୍ଧ ଜିଲ୍ଲାରେ ନାଇଟ କର୍ଫ୍ୟୁ

author img

By

Published : Jan 8, 2022, 3:38 PM IST

ଜିଲ୍ଲାକୁ ପୁଣି ଥରେ ଫେରିଲା କରୋନା କଟକଣା । ଆଜି ଠାରୁ ଜିଲ୍ଲାର 6ଟି ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ । ଅଧିକ ପଢନ୍ତୁ

ଆଜିଠୁ ବୌଦ୍ଧ ଜିଲ୍ଲାରେ ନାଇଟ କର୍ଫ୍ୟୁ
ଆଜିଠୁ ବୌଦ୍ଧ ଜିଲ୍ଲାରେ ନାଇଟ କର୍ଫ୍ୟୁ

ବୌଦ୍ଧ: ଜିଲ୍ଲାକୁ ପୁଣି ଥରେ ଫେରିଲା କରୋନା କଟକଣା । ଆଜି ଠାରୁ ଜିଲ୍ଲାର 6ଟି ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । କୋରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି କ୍ରମେ ଗତକାଲି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି କଟକଣା ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ୬ ଗୋଟି ଥାନା ଅଞ୍ଚଳରେ କଟକଣାକୁ ଠିକରେ ପାଳନ ପାଇଁ ଥାନା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ ବୌଦ୍ଧ ଜିଲ୍ଲାରେ ନାଇଟ କର୍ଫ୍ୟୁ

ବିଶେଷ ଭାବରେ ରାତ୍ରି କାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କିଭଳି ବଳବତ୍ତର ରହିବ ସେ ଉପରେ କଡା ନଜର ରହିବ । ଜିଲ୍ଲା ସଦର ମହକୁମା ଆଦର୍ଶ ଥାନାର ନୂତନ ଅଧିକାରୀ ଗୁରୁବାର କାର୍ଯ୍ୟରେ ଯୋଗଦାନ ପରେ ଆଜି ଠାରୁ ଆରମ୍ଭ ହେଉଥିବା କଟକଣା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ଏହି ସମୟରେ କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଆଇନ ଉଲଙ୍ଘନକାରୀଙ୍କ ଦୌରାତ୍ମ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ବୌଦ୍ଧ ଏସଡିପିଓ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.