ETV Bharat / state

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ପାଞ୍ଚ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

author img

By ETV Bharat Odisha Team

Published : Dec 17, 2023, 10:47 PM IST

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Man dies in road accident: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ । ଆଗକୁ ପଢ଼ନ୍ତୁ,

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ: ମରଣର ଯନ୍ତା ପାଲଟିଛି ଜାତୀୟ ରାଜପଥ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଆଞ୍ଚଳିକ ପରିବହନ ବିଭାଗର ଗାଡ଼ି ଧକ୍କାରେ ସଡକ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟୁଛି ସଡକ ଦୁର୍ଘଟଣା । ପାଞ୍ଚ ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଦୁଇ ଶହରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ।

ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟବଡ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟୁଛି । ଗତ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ତଥା ଆରଟିଓ (RTO) ବିଭାଗ ପକ୍ଷରୁ ଜିରୋ ଫର୍ଟାଲିଟି ୱିକ ପାଳନ କରାଯାଇଥିଲା । ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ବଦଲାସାହିର ମଡେଲ ଡିଗ୍ରୀ କଲେଜ ନିକଟ ଜାତୀୟ ରାଜପଥ ଉପରେ ଘଟିଥିଲା । ଏକ ବାଇକକୁ ଅନ୍ୟ ଏକ ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଏଭଳି ଅଘଟଣ ଘଟିଲା ପରେ ଅଞ୍ଚଳର ଶହ ଶହ ଉତ୍ୟକ୍ତ ଜନସାଧାରଣ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା, ଅଟୋ-ଟ୍ରକ ଧକ୍କାରେ ଚାଲିଗଲା 5 ଜଣଙ୍କ ଜୀବନ

ଆଞ୍ଚଳିକ ପରିବହନ ବିଭାଗର ଏକ ଗାଡ଼ି ଧକ୍କାରେ ଏଭଳି ସଡକ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକାଇ ରହିଥିଲା । ରାସ୍ତାରୋକ କାରଣରୁ ଜରୁରୀ କାଳିନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ଘଟଣା ସ୍ଥଳରେ ବୌଦ୍ଧ ପୋଲିସର ବରିଷ୍ଠ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟିବା ଯେମିତି ନିତି ଦିନର କଥା ହୋଇଗଲାଣି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଦୁଇ ଶହରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ବଦଲାସାହି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.