ETV Bharat / state

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା, ଅଟୋ-ଟ୍ରକ ଧକ୍କାରେ ଚାଲିଗଲା 5 ଜଣଙ୍କ ଜୀବନ

author img

By ETV Bharat Odisha Team

Published : Dec 17, 2023, 4:41 PM IST

Updated : Dec 17, 2023, 7:54 PM IST

ସୁନ୍ଦରଗଡ଼ରେ ଦୁର୍ଘଟଣା
ସୁନ୍ଦରଗଡ଼ରେ ଦୁର୍ଘଟଣା

Accident in Sundargarh: ସୁନ୍ଦରଗଡ଼ରେ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ 5 ଜଣଙ୍କ ଜୀବନ ଯାଇଛି। 2 ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୁନ୍ଦରଗଡ଼ରେ ଦୁର୍ଘଟଣା

ରାଉରକେଲା: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ସଦର ଥାନା ତେଲେନଡିହି ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଅଟୋକୁ ଧକ୍କା ଦେଇଛି ଟ୍ରକ । ଫଳରେ ୫ ଜଣ ଅଟୋ ଯାତ୍ରୀ ପ୍ରାଣ ହରାଇଛନ୍ତି । ସେପଟେ 2 ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବାର ସୂଚନା ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଲାଗି ରହିଛି ।

ସୂଚନା ଅନୁସାରେ, ସମସ୍ତେ ପିକନିକ ସାରି ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । ତେଲେନଡ଼ିହି ଅଞ୍ଚଳରେ ଏହି ଦୁର୍ଘଟଣା ଶିକାର ହୋଇଥଇବା ଅଟୋ ଚାଳକଙ୍କ ସମେତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଜଣେ ଶିଶୁ ମଧ୍ୟ ଏଥିରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଭୋଜି ସାରି ଫେରିବା ବେଳେ ହାଇୱା ତଳେ ଚାପି ହୋଇ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍ନରେ ସାଙ୍ଗ ହୋଇ ହସଖୁସିରେ ସମସ୍ତେ ବଣଭୋଜି କରିବାକୁ ଯାଇଥିଲେ । ହେଲେ ବାଟରେ ଘଟିଯାଇଛି ବଡ଼ ଧରଣର ଅଘଟଣ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଯାଇଛି ।

ଏହା ବି ପଢନ୍ତୁ...ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ଦୁଇ ଆହତ

ଏହା ବି ପଢନ୍ତୁ...ସମ୍ପର୍କୀୟଙ୍କ ମୃତ୍ୟୁ ପରେ କୋକେଇ କାନ୍ଧେଇବାକୁ ଯାଉଥିଲେ ଶ୍ୱଶୁର-ଜ୍ବାଇଁ, ଚାପିଦେଲା ଟ୍ରକ

ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ୨ଟି ଗାଡ଼ି (ହାଇୱା ଏବଂ ଅଟୋ) ୧୦ ଫୁଟ୍ ତଳକୁ ଖସି ପଡ଼ିଛି । କାଦୁଅରେ ଫସିଥିବା ଗାଡ଼ିକୁ ଜେସିବି ଲଗାଇ ଉଠାଇବାକୁ ଚେଷ୍ଟା କରାଯାଉଛି । ଘଟମାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । ସୂଚନା ମୁତାବକ, ସୁନ୍ଦରଗଡ଼ ବଗିଚାପଡା ଅଞ୍ଚଳର ଏକ ପରିବାର କିଛି ଲୋକ ଆଜି ପୂର୍ବାହ୍ନରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ । ସେ‌ମାନେ ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଭୋଜି ସାରି ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ଫେରିବା ବାଟରେ ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା ଅଟୋ । ଯାହା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।


ଇଟିଭି ଭାରତ, ରାଉରକେଲା

Last Updated :Dec 17, 2023, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.