ETV Bharat / state

ବିପଦ ଶଙ୍କୁଳ ଅବସ୍ଥାରେ ଜାମୁନାଳ ସେତୁ, ତିନି ତିନି ଥର ଟେଣ୍ଡର ବାତିଲ

author img

By

Published : Jul 4, 2021, 10:35 AM IST

ବିପଦ ଶଙ୍କୁଳ ଅବସ୍ଥାରେ ଜାମୁନାଳ ସେତୁ, ତିନି ତିନି ଥର ଟେଣ୍ଡର ବାତିଲ
ବିପଦ ଶଙ୍କୁଳ ଅବସ୍ଥାରେ ଜାମୁନାଳ ସେତୁ, ତିନି ତିନି ଥର ଟେଣ୍ଡର ବାତିଲ

ବୌଦ୍ଧ ଜିଲ୍ଲା ପଦ୍ମନପୁର ଓ ମୁଣ୍ଡାପଡା ପଞ୍ଚାୟତର ସୀମାରେ ରହିଛି ଜାମୁନାଳ ସେତୁ । ଏହି ନାଳ ଉପରେ ଥିବା ସେତୁଟି ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ଏହା ଦୁର୍ବଳ ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ପଡିଛି । ଅଧିକ ପଢନ୍ତୁ...

ବୌଦ୍ଧ: ବିପଦ ଶଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷର ଜାମୁନାଳ ସେତୁ । ପାଞ୍ଚଟି ପଞ୍ଚାୟତର ଅଧିବାସୀ ଏହି ସେତୁ ଉପରେ ସିଧାସଳଖ ନିର୍ଭର କରୁଥିବା ବେଳେ ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ଏହା ଗମନାଗମନର ମାର୍ଗ । ବୌଦ୍ଧ ଜିଲ୍ଲା ପଦ୍ମନପୁର ଓ ମୁଣ୍ଡାପଡା ପଞ୍ଚାୟତର ସୀମାରେ ରହିଛି ଜାମୁନାଳ ସେତୁ । ପାହାଡି ଝରଣା ହେତୁ କେତେକ ଏହାକୁ ଖରଖରି ନାଳ ବୋଲି ମଧ୍ୟ କୁହନ୍ତି । ଏହି ନାଳ ଉପରେ ଥିବା ସେତୁଟି ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ଏହା ଦୁର୍ବଳ ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ପଡିଛି ।

ବିପଦ ଶଙ୍କୁଳ ଅବସ୍ଥାରେ ଜାମୁନାଳ ସେତୁ, ତିନି ତିନି ଥର ଟେଣ୍ଡର ବାତିଲ

ସେପଟେ ସେତୁର ଅବସ୍ଥାକୁ ଦେଖି ପ୍ରାୟ ପାଞ୍ଚ ବର୍ଷ ହେଲା ଏଠାରେ ନୂତନ ସେତୁ ନିର୍ମାଣ ପାଇଁ ସମ୍ପୃକ୍ତ ବିଭାଗ ତିନି ଥର ଟେଣ୍ଡର ଡାକି ସାରିଲେଣି । କିନ୍ତୁ ତିନିଥର ସରି ଚାରିଥରରେ ମଧ୍ୟ ଏହି ସେତୁ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସୂଚନା ପାଇବା ପରେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଏହି କାମ କାହିଁକି ବାତିଲ ହୋଇଯାଉଛି, ସେନେଇ ବିଭାଗ କିଛି ସୂଚନା ଦେଇନଥିବା ବେଳେ ମୁଖ୍ୟତଃ ସେତୁ ନିର୍ମାଣର ଶୈଳୀ ଓ ନକ୍ସା କୁନେଇ ଏଭଳି ସମସ୍ୟା ଉପୁଜିଥିବା ଚର୍ଚ୍ଚା ହେଉଛି । ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକ ଏହି ସେତୁ ଉପରେ ନିର୍ଭରଶୀଳ। ତେଣୁ ତୁରନ୍ତ ଏକ ନୂତନ ସେତୁ ନିର୍ମାଣ ନହେଲେ ଏଠାରେ କୌଣସି ସମୟରେ ମଧ୍ୟ ଅଘଟଣ ଘଟିପାରେ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏବେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.