ETV Bharat / state

ନିର୍ମାଣ ହୋଇଛି ଦୁଇଟି ଚେକଡ୍ୟାମ, ହେଲେ ଚାଷୀଙ୍କୁ ମିଳୁନି ପାଣି

author img

By

Published : Feb 3, 2021, 8:33 PM IST

irrigation facility problems in  boudha
ନିର୍ମାଣ ହୋଇଛି ଦୁଇଟି ଚେକଡ୍ୟାମ, ହେଲେ ଚାଷ ମିଳୁନି ପାଣି

ଜଳସେଚନର ସୁବିଧା ପାଇଁ ନର୍ମାଣ ହୋଇଛି ଚେକଡ୍ୟାମ କିନ୍ତୁ ଚାଷୀଙ୍କୁ ମିଳୁନି ପାଣି । ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଚାଷୀ । ଅଧିକ ପଢନ୍ତୁ...

ବୌଦ୍ଧ: ପାହାଡି ଝରଣା ଉପରେ ନିର୍ମାଣ ହୋଇଛି ଦୁଇ ଦୁଇଟି ଚେକଡ୍ୟାମ । ହେଲେ ନିମ୍ନ ମାନର କାମ ଯୋଗୁଁ ଜଳସେଚନ ପାଇଁ ପାଣି ମୁନ୍ଦାଏ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ନିର୍ମାଣ ହୋଇଛି ଦୁଇଟି ଚେକଡ୍ୟାମ, ହେଲେ ଚାଷ ମିଳୁନି ପାଣି

ଜଳସେଚନର ସୁବିଧା ପାଇଁ ଛୋଟ ଛୋଟ ଝରଣା ନାଳ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ମାଣ କରୁଛି ଚେକଡ୍ୟାମ । ତେବେ ଅନେକ ସ୍ଥାନରେ ନିମ୍ନ ମାନର କାମ ଓ ସଚେତନତା ଅଭାବରୁ ଜଳସେଚନ କାମରେ ଲାଗୁନି ପ୍ରକଳ୍ପ । ବୌଦ୍ଧ ଜିଲ୍ଲାର ବୀରନରସିଂପୁର ପଞ୍ଚାୟତ ଅନ୍ତର୍ଗତ ହାଟଗାଁ ନିକଟରେ ବୋହିଯାଉଥିବା ପଖାଳଖାଇଯୋର ନିକଟରେ ଦୁଇ ଦୁଇଟି ଚେକଡ୍ୟାମ ନିର୍ମାଣ କରାଯାଇଥିଲା । କିନ୍ତୁ ନିମ୍ନ ମାନର କାମ ଯୋଗୁଁ ଡ୍ୟାମରେ ଫାଟ ସହିତ ଅନେକ ଅଂଶ ଧୋଇହୋଇ ଗଲାଣି । ଏହା ସହିତ ତଳ ମୁଣ୍ଡରେ ଥିବା ନୂଆ ଡ୍ୟାମର ସମସ୍ତ ଲୁହା ଗେଟ ଗାୟବ ହୋଇଯାଇଥିବା ଜଣାପଡିଛି ।

ସେପଟେ ପ୍ରକଳ୍ପରୁ ଚାଷୀଙ୍କୁ ପାଣି ମିଳୁନଥିବାରୁ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.