ETV Bharat / state

ଜେଜେବାପାଙ୍କ ଅନାବିଳ ପ୍ରେମ, ଚୁଡ଼ି ବିକି କରୁଛନ୍ତି ନାତୁଣୀଙ୍କ ପ୍ରତିପୋଷଣ

author img

By

Published : Aug 26, 2021, 12:32 PM IST

ଜେଜେବାପାଙ୍କ ଅନାବିଳ ପ୍ରେମ, ଚୁଡ଼ି ବିକି କରୁଛନ୍ତି ନାତୁଣୀଙ୍କ ପ୍ରତିପୋଷଣ
ଜେଜେବାପାଙ୍କ ଅନାବିଳ ପ୍ରେମ, ଚୁଡ଼ି ବିକି କରୁଛନ୍ତି ନାତୁଣୀଙ୍କ ପ୍ରତିପୋଷଣ

ବୃଦ୍ଧ ଜେଜେବାପାଙ୍କ ନାତୁଣୀଙ୍କ ପ୍ରତି ଅନାବିଳ ପ୍ରେମ । ପରିଣତ ବୟସରେ ଚୁ଼ଡି଼ ବିକ୍ରି କରି ପୋଷୁଛନ୍ତି ଅସହାୟ ନାତୁଣୀଙ୍କୁ । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାର ମୁସଲିମ ପଡ଼ାରେ ଅସହାୟ ଅବସ୍ଥାରେ ଦୁଇ ଭଉଣୀ । ଦୀର୍ଘଆଠ ବର୍ଷ ତଳେ ଜନ୍ମ କଲା ମା' ସେମାନଙ୍କୁ ପର କରି କୁଆଡେ ଚାଲିଗଲା ପରେ ବାପାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ୨ ଭଉଣୀଙ୍କ ସାହାରା ପାଲଟିଛନ୍ତି ଜେଜେ ବାପା । ନାତୁଣୀ ଦ୍ବୟଙ୍କ ପ୍ରତି ବୃଦ୍ଧଙ୍କ ଅନାବିଳ ପ୍ରେମ ଏବେ ତାଙ୍କୁ ଚୁଡ଼ି ବିକିବାକୁ ବାଧ୍ୟ କରିଛି । ବୃଦ୍ଧ ଜଣକ ଚୁଡ଼ି ବିକି ନାତୁଣୀଙ୍କୁ ଲାଳନ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଜେଜେବାପାଙ୍କ ଅନାବିଳ ପ୍ରେମ, ଚୁଡ଼ି ବିକି କରୁଛନ୍ତି ନାତୁଣୀଙ୍କ ପ୍ରତିପୋଷଣ

ଏଭଳି ଦୁଃଖଦ ଦୃଶ୍ୟ ଜିଲ୍ଲା ସଦର ମହକୁମା ମୁସଲମାନ ବସ୍ତିର । ବସ୍ତିର ମସଜିଦ ପଛ ପାର୍ଶ୍ବରେ ରହୁଥିବା ବୃଦ୍ଧ ଅବଦୁଲ ରସିଦଙ୍କ ଦୁଇ ନାତୁଣୀ ସେମାନଙ୍କ ପିତାମାତାଙ୍କ ଢାଲରୁ ବଞ୍ଚିତ ହେବା ପରେ ଅସହାୟ ହୋଇପଡିଥିଲେ । ଏଣୁ ବୃଦ୍ଧ ରସିଦ ଦୁଇ ନାତୁଣୀଙ୍କୁ ନିଜ ପାଖରେ ରଖି ଚୁଡି ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ଦୁଇ ନାତୁଣୀଙ୍କୁ ପ୍ରତିପୋଷଣ କରୁଛନ୍ତି ।

ଜିଲ୍ଲାରେ ଏଭଳି 627 ଗୋଟି ଅସହାୟ ଶିଶୁଙ୍କ ମଧ୍ୟରୁ 302 ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ତେବେ ମୁସଲିମ ପଡ଼ାର ଏହି ଦୁଇ ଅସହାୟ ଝିଅଙ୍କୁ ଖୁବଶୀଘ୍ର ଏହି ଯୋଜନାରେ ସାମିଲ କରାଯାଇ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.