ETV Bharat / state

ମରାମତି ହେଉନି କେନାଲ, ହନ୍ତସନ୍ତ ଚାଷୀ

author img

By

Published : Jun 26, 2022, 1:46 PM IST

ହେଉନି କେନାଲ ସଫେଇ ଓ ମରାମତି, ଚିନ୍ତାରେ ଚାଷୀ
ହେଉନି କେନାଲ ସଫେଇ ଓ ମରାମତି, ଚିନ୍ତାରେ ଚାଷୀ

ବୌଦ୍ଧ ଜିଲ୍ଲାରେ ପହଁଚି ସାରିଲାଣି ମୌସୁମୀ । ହେଲେ ବିଭିନ୍ନ ଶାଖା କେନାଲ ଅବହେଳିତ ଅବସ୍ଥାରେ ପଡିରହିଛି । ମୌସୁମୀ ସତ୍ତ୍ବେ କେନାଲ ଗୁଡିକ ମରାମତି କରା ନଯିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ: ସାରା ଜିଲ୍ଲାରେ ପହଁଚି ସାରିଲାଣି ମୌସୁମୀ । ଚଳିତ ବର୍ଷ ଭଲ ଚାଷ ହେବ ବୋଲି ଆଶା ରଖିଛନ୍ତି ଚାଷୀ । ହେଲେ ବିଭିନ୍ନ ଶାଖା କେନାଲ ଅବହେଳିତ ଅବସ୍ଥାରେ ପଡିରହିଛି । ମୌସୁମୀ ସତ୍ତ୍ବେ କେନାଲ ଗୁଡିକ ମରାମତି କରା ନଯିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୌସୁମୀର ଆଗମନରେ ଚଳଚଞ୍ଚଳ ଚାଷୀ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଶାଖା କେନାଲଗୁଡିକ ମରାମତି ହୋଇ ନଥିବାରୁ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ଚାଷୀ । ବୌଦ୍ଧ ଜଳସେଚନ ବିଭାଗ ଅଧିନରେ ଥିବା ଅନେକ ଶାଖା କେନାଲ ପୋତି ହେବା ସହ କେତେକ ସ୍ଥାନରେ ମରାମତିର ଆବଶ୍ୟକତା ରହିଛି । ଜିଲ୍ଲାରେ ବାଘ ଜଳସେଚନ ପ୍ରକଳ୍ପର କେବଳ ବାମ କେନାଲ କାର୍ଯ୍ୟ କରୁଥିବା ବେଳେ ଦକ୍ଷିଣ କେନାଲ ଅଚଳ ଅବସ୍ଥାରେ ପଡିରହିଛି ।

ହେଉନି କେନାଲ ସଫେଇ ଓ ମରାମତି, ଚିନ୍ତାରେ ଚାଷୀ

ଦକ୍ଷିଣ କେନାଲ କାର୍ଯ୍ୟ ମରାମତି ହୋଇପାରୁନଥିବାରୁ ଅନେକ ଦିନ ହେଲା ଦକ୍ଷିଣ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ଜଳସେଚନରୁ ବଞ୍ଚିତ ହୋଇଆସୁଛନ୍ତି । ତେବେ ଏ ସମ୍ପର୍କରେ ବୌଦ୍ଧ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ବାଘ ସେଚ ପ୍ରକଳ୍ପର ଦକ୍ଷିଣ କେନାଲକୁ ମରାମତି କରାଯିବା ସହିତ ଜୁଲାଇ ୧୫ ତାରିଖରୁ ଜଳଯୋଗାଣ କରାଯିବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.