ETV Bharat / state

ଧାନକିଣାରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jan 8, 2022, 12:15 PM IST

ଧାନକିଣାରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ଚାଷୀ
ଧାନକିଣାରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ଚାଷୀ

ଧାନକ୍ରୟ ଆରମ୍ଭରୁ ଦେଖାଗଲାଣି ବ୍ୟାପକ ସମସ୍ୟା(Irregularities in rice procurement) । ଏନେଇ ଏଥିରେ ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୌଦ୍ଧ ଜିଲ୍ଲାର ଚାଷୀମାନେ । ଅଧିକ ପଢନ୍ତୁ

ବୌଦ୍ଧ: ଧାନକ୍ରୟ ଆରମ୍ଭରୁ ଦେଖାଗଲାଣି ବ୍ୟାପକ ସମସ୍ୟା(Irregularities in rice procurement) । ଏନେଇ ଏଥିରେ ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀମାନେ । ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନକ୍ରୟ ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଚାଷୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଧାନକିଣାରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ଚାଷୀ

ବିଭିନ୍ନ ଧାନ ମଣ୍ଡିରେ ଚାଷୀ ଟୋକନ ପାଇବାର ସପ୍ତାହେ ପରେ ମଧ୍ୟ ଧାନ ବିକ୍ରି କରିନପାରି ଶୀତ କାକରରେ ଧାନକୁ ଜଗି ରହୁଛନ୍ତି । ଏହାଛଡା ଉପଯୁକ୍ତ ଧାନ ଆଣିବା ସତ୍ତ୍ବେ ପାଞ୍ଚରୁ ଦଶ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ତେବେ ଶୁକ୍ରବାର ଦିନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାର କିଛି ଧାନକ୍ରୟ କେନ୍ଦ୍ର ପରିଦର୍ଶନ ସମୟରେ ଧାନର ମାନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଧରାପକାଇଥିଲେ । ଗୋଟିଏ ପଟରେ ରାଜ୍ୟ କୃଷକ ମୋର୍ଚ୍ଚା ଧାନକ୍ରୟ କେନ୍ଦ୍ରର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅନ୍ୟ ପଟରେ ଧାନବିକ୍ରି ସମସ୍ୟାକୁ ନେଇ ଉତ୍ୟକ୍ତ ଚାଷୀ ଖୁଣ୍ଟବନ୍ଧଠାରେ 57 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.