ETV Bharat / state

‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଡ଼ିଓ

author img

By

Published : Aug 22, 2021, 7:22 AM IST

ବୌଦ୍ଧ ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାନଦୀ ଅଭୟାରଣ୍ୟ ମଧ୍ୟରେ ରହିଥିବା ଗ୍ରାମଗୁଡ଼ିକର ସମସ୍ୟାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଖୋଦ ହରଭଙ୍ଗା ବିଡ଼ିଓ । ଅଧିକ ପଢନ୍ତୁ...

ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଡ଼ିଓ
ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଡ଼ିଓ

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ହରଭଙ୍ଗା ବିଡ଼ିଓ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଲିକପଡା ପଞ୍ଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମ ମହାନଦୀ ଅଭୟାରଣ୍ୟ ମଧ୍ୟରେ ରହିଥିବା ବେଳେ, ସେଠାକାର ସ୍ଥାନୀୟ ଆଦିବାସୀ ପରିବାରମାନଙ୍କ ଅସୁବିଧାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା । ତେବେ ଏହି ଖବର ପ୍ରସାରିତ ହେବାର କିଛି ସମୟ ମଧ୍ୟରେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଖୋଦ ହରଭଙ୍ଗା ବିଡ଼ିଓ ।

ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଡ଼ିଓ

ଅଭୟାରଣ୍ୟ ମଧ୍ୟରେ ଗାଁ ଗୁଡିକ ରହିଥିବାରୁ ଏଭଳି ସମସ୍ୟା ରହିଥିବା ସେ ସ୍ବୀକାର କରିଥିଲେ । ତେବେ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଉକ୍ତ ଅଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ ସହ ଆବାସ ଯୋଜନାରେ ସାମିଲ ପାଇଁ ଉଦ୍ୟମ କରିବେ ବୋଲି ସୂଚନା ଦେଇଛନ୍ତି । ସେପଟେ ଶନିବାର ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଏନଆରଇଜିଏସ, ସାମାଜିକ ସୁରକ୍ଷା, ଅଙ୍ଗନବାଡି ସମସ୍ୟା, କୃଷି, ଜଣ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହାସହ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେବା କାରଣରୁ ବିଧାୟକ ଜଳସେଚନ ବିଭାଗର କାର୍ଯ୍ୟକାରିତାକୁ ନେଇ ବିରକ୍ତିଭାବ ପ୍ରକାଶ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.