ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ସହରର ବିଦ୍ୟୁତ ଖୁଣ୍ଟ

author img

By

Published : Sep 14, 2022, 10:37 PM IST

electricity pole damaged in boudh
ବିପଦ ସଙ୍କୁଳ ଅବସ୍ଥାରେ ସହରର ବିଦ୍ୟୁତ ଖୁଣ୍ଟ

ଜାତୀୟ ରାଜପଥରେ ଛପି ବସିଛି ମୃତ୍ୟୁ। କେବେବେଳେ ଘଟିପାରେ ଅଘଟଣ। ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି ବିଦୁତ୍ୟ ଖୁଣ୍ଟ। ଅଧିକ ପଢ଼ନ୍ତୁ

ବୌଦ୍ଧ: ଜାତୀୟ ରାଜପଥରେ ବସିଛି ମୃତ୍ୟୁର ଫାସ। କେତେବେଳେ ଘଟିପାରେ ଅଘଟଣ । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥର ଅନେକ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଓ ତାର ଝୁଲି ରହି ବିପଦକୁ ଆମନ୍ତ୍ରଣ କରୁଛି । ରାଜପଥର ଅନେକ ସ୍ଥାନରେ ବିପଦପୂର୍ଣ୍ଣ ଗାତ ଓ ଲୁହାଛଡ ବାହାରି ରହିଛି । କୌଣସି ସମୟରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଥିବା ରାସ୍ତାର ଅନେକ ସ୍ଥାନରେ ଗାତ ଓ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଅଁଳାପାଲି ଛକ ନିକଟରେ ଏକ ବିରାଟ ଗାତ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ସେହିପରି ବୌଦ୍ଧ ସହର ସେତୁଛକ ଠାରୁ ବୁଟୁପାଲି ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ତିନି ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇ ରହିଛି। ସେହି ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ବଡ ବଡ ଗଛର ମୂଳ କାଣ୍ଡ ଉପାଡି ଛାଡି ଦିଆଯାଇଛି । ଫଳରେ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଛି । ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ଅତ୍ୟନ୍ତ ବିପଦଜନକ ଭାବରେ ଖୋଲାରେ ରହିଛି ।

ବିପଦ ସଙ୍କୁଳ ଅବସ୍ଥାରେ ସହରର ବିଦ୍ୟୁତ ଖୁଣ୍ଟ

ଏହା ମଧ୍ୟ ପଢ଼ନ୍ତୁ: ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ବିଦ୍ୟୁତ ପରିବଣ୍ଟନ ଦାୟିତ୍ବ ଟାଟା ପାୱାରକୁ ହସ୍ତାନ୍ତର ହେବାପରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି। ସଂଯୋଗ ହୋଇଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଶାସନିକ ଅବହେଳା ଯୋଗୁଁ ଏହି ସବୁ ସମସ୍ୟା ଦେଖିବାକୁ ମିଳୁଛି।" ସେହିପରି ନାରାୟଣ ନଗର ଗ୍ରାମରେ ବାଉଁଶ ଭରସାରେ ବିଦ୍ୟୁତ ତାର ରହିଛି। ଯାହାଦ୍ବାରା ମଧୁପୁର ଗ୍ରାମ ନିକଟସ୍ଥ ପୋଖରୀର ପାଣିକୁ ଲାଗି ଜୀବନ୍ତ ବିଦ୍ୟୁତ ତାର ଝୁଲିଛି । ବିଗତ ଦଶ ବର୍ଷ ପୂର୍ବରୁ ଉକ୍ତ ପୋଖରୀରେ ଘଟିଥିବା ବିଦ୍ୟୁତ ଅଘଟଣର ପୁନରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ସଦର ମହକୁମା ମହାନଦୀ ସେତୁ ଓ ମନମୁଣ୍ଡା ଠାରେ ତେଲନଦୀ ସେତୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମନମୁଣ୍ଡା ଠାରୁ ସୋନପୁରକୁ ସଂଯୋଗ ପାଇଁ ତେଲନଦୀ ସେତୁ ଦୀର୍ଘ ପଚାଶ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ତାହା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ରାସ୍ତାର ଅବସ୍ଥା ଏପରି ବେହାଲ ହୋଇପଡିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.