ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ

author img

By

Published : Sep 4, 2022, 11:52 AM IST

ଅନ୍ଧାକାରମୟ ପଶ୍ଚିମ ଓଡିଶାର ପ୍ରବେଶ ପଥ । ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ସଦର ମହକୁମା ମହାନଦୀ ସେତୁ ଓ ମନମୁଣ୍ଡା ଠାରେ ତେଲନଦୀ ସେତୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି । ଅଧିକ ପଢନ୍ତୁ

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ
ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ

ବୌଦ୍ଧ: ଅନ୍ଧାକାରମୟ ପଶ୍ଚିମ ଓଡିଶାର ପ୍ରବେଶ ପଥ । ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ସଦର ମହକୁମା ମହାନଦୀ ସେତୁ ଓ ମନମୁଣ୍ଡା ଠାରେ ତେଲନଦୀ ସେତୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । କୌଣସି ସମୟରେ ଅଘଟଣ ଘଟି ନ ପାରେ । ମନମୁଣ୍ଡା ଠାରୁ ସୋନପୁରକୁ ସଂଯୋଗ ପାଇଁ ତେଲନଦୀ ସେତୁ ଦୀର୍ଘ ପଚାଶ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ତାହା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି ।

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ

ଭାରିଯାନ ଚଳାଚଳ ପାଇଁ ବିପଦ ଶଙ୍କୁଳ ହୋଇପଡିଛି ଏ ସେତୁ । ତେଣୁ ସେଠାରେ ଦ୍ବିତୀୟ ସେତୁ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି । ସେହିପରି ପ୍ରାୟ କୋଡିଏ ବର୍ଷ ପୂର୍ବରୁ ନିର୍ମିତ ବୌଦ୍ଧର ମହାନଦୀ ସେତୁ ଅନେକ ସ୍ଥାନରେ ଖାଲଖମାରେ ଭରି ହୋଇ ଲୁହାଛଡ ଦେଖାଯାଉଛି । ଗତ ବର୍ଷ ଅପ୍ରେଲ ଏକ ତାରିଖରେ ମହାନଦୀ ସେତୁର ଆଲୋକୀକରଣ କରାଯାଇଥିଲା । କିନ୍ତୁ ଅଳ୍ପ ଦିନ ପରେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ପୁଣି ସେତୁ ଅଞ୍ଚଳ ଅନ୍ଧକାରରେ ବୁଡିରହି ଦୁର୍ଘଟଣାକୁ ଆହ୍ବାନ ଦେଉଛି । ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ରାସ୍ତାର ଅବସ୍ଥା ଏପରି ବେହାଲ ହୋଇପଡିଥିବା ଅଭିଯୋଗ ହୋଇଛି ।

ଏପରିକି ସେତୁ ଛକକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିବା ତାଙ୍କ ପ୍ରତିମୂର୍ତ୍ତି ଅଞ୍ଚଳରେ ମଧ୍ୟ ଆଲୋକୀକରଣ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ କୌଣସି ପର୍ଯ୍ୟଟକ ସେଠାକୁ ଯାଇ ପାରୁ ନ ଥିବା ଅଭିଯୋଗ ହୋଇଛି । ସରକାର ଏସବୁ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏଭଳି ଦୁରାବସ୍ଥା ହେଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.