ETV Bharat / state

Etv Bharat Impact: ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ

author img

By

Published : Apr 4, 2022, 8:15 PM IST

ବୌଦ୍ଧ ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ଓ ସମସ୍ୟା ଲାଗି ରହିଥିଲା । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

Etv Bharat Impact: ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ
Etv Bharat Impact: ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ

ବୌଦ୍ଧ: ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ଓ ସମସ୍ୟା ଲାଗି ରହିଥିଲା । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଖବର ପ୍ରସାରଣର 48 ଘଣ୍ଟା ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଶୀତଳ ପାନୀୟଜଳ ବ୍ୟବସ୍ଥା କରାଯାଇଛି ।

Etv Bharat Impact: ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ

ଏଠାରେ ଥଣ୍ଡା ପାନୀୟ ଜଳ ପାଇଁ ଲାଗିଥିବା ମେସିନକୁ ସଜଡ଼ା ଯାଇଛି । ତା ସହିତ ବିଜୁ ପଟ୍ଟନାୟକ ସେତୁ ଛକ, ସରଣ୍ଡା ଛକ ଓ ଅନ୍ୟାନ୍ୟ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଆଜି(ସୋମବାର) ମଧ୍ୟ ଜିଲ୍ଲାରେ ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରହିଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳୁଆ ସ୍କୁଲ କଲେଜ ଆରମ୍ଭ ହୋଇଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକେ ଲେମ୍ବୁ ସରବତ, ଦହି ସରବତ, ଆଖୁରସ ଭଳି ଦୋକାନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.