ETV Bharat / state

ସମସ୍ୟା ଜର୍ଜରିତ ବାରବାଣୀ ଓ ଖଲିଆପାଲି ଗ୍ରାମ

author img

By

Published : Jul 4, 2022, 6:56 PM IST

ସମସ୍ୟା ଜର୍ଜରିତ ବାରବାଣୀ ଓ ଖଲିଆପାଲି ଗ୍ରାମ
ସମସ୍ୟା ଜର୍ଜରିତ ବାରବାଣୀ ଓ ଖଲିଆପାଲି ଗ୍ରାମ

ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତର ବାରବାଣୀ ଓ ଖଲିଆପାଲି ଗ୍ରାମ । ଏହି ଗାଁ ଦୁଇଟି ଜାତୀୟ ରାଜପଥ ନିକଟରେ ଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଗାଁକୁ ପକ୍କା ରାସ୍ତା ଖଣ୍ଡେ ନାହିଁ । ଅଧିକ ପଢନ୍ତୁ

ବୌଦ୍ଧ: ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତର ବାରବାଣୀ ଓ ଖଲିଆପାଲି ଗ୍ରାମ । ଏହି ଗାଁ ଦୁଇଟି ଜାତୀୟ ରାଜପଥ ନିକଟରେ ଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଗାଁକୁ ପକ୍କା ରାସ୍ତା ଖଣ୍ଡେ ନାହିଁ । ଦୁଇ ଗ୍ରାମ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ । ଖାଲି ଆବାସ ଘର ନୁହେଁ ପାନୀୟ ଜଳର ମଧ୍ୟ ଉତ୍କଟ ସମସ୍ୟା ରହିଛି । ସେପଟେ ଏଠାରେ ଜଳସେଚନର କୌଣସି ସୁବିଧା ନଥିବାରୁ ସରକାରୀ ଅର୍ଥ ଦଶ ଲକ୍ଷ ଟଙ୍କାରେ ଏକ ପୋଖରୀ ଖନନ କରାଯାଇଛି । କିନ୍ତୁ ସେଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି ।

ସମସ୍ୟା ଜର୍ଜରିତ ବାରବାଣୀ ଓ ଖଲିଆପାଲି ଗ୍ରାମ

ଅନ୍ୟ ପୋଖରୀର ମଧ୍ୟ ଉନ୍ନତି କରଣ ନାଁରେ ସରକାରୀ ଅର୍ଥ କେବଳ ହଡପ ହେଉଥିବାବେଳେ ଏହା କେବଳ ଠିକାଦାର ପୋଷିବା ପାଇଁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାର ରାସ୍ତା, ପୋଖରୀ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ଏଠାରେ ବିକାଶ କେବଳ ସୂଚନା ଫଳକରେ ସୀମିତ ରହିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.