ETV Bharat / state

ଦାବି ହାସଲ ପାଇଁ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

author img

By

Published : Dec 29, 2022, 11:39 AM IST

Anganwadi worker protest
ରାସ୍ତାକୁ ଓହ୍ଲାଇଲେ ଅଙ୍ଗନବାଡ଼ି

ରାଜ ରାସ୍ତାରେ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଗର୍ଜିଲେ ଜିଲ୍ଲାର ଅଙ୍ଗନବାଡି ଓ ସହାୟକ ସଂଘ । ସରକାରୀ ମାନ୍ୟତା ତଥା ସମାନ କାମକୁ ସମାନ ଦରମା ଦାବିରେ ଦୀର୍ଘ 38 ଦିନଧରି ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ରାସ୍ତାକୁ ଓହ୍ଲାଇଲେ ଅଙ୍ଗନବାଡ଼ି

ବୌଦ୍ଧ: ରାଜରାସ୍ତାରେ ଅଙ୍ଗନବାଡି କର୍ମୀ ଓ ସହାୟିକା । ଦୀର୍ଘ 38 ଦିନ ଧରି ବିଭିନ୍ନ ଦାବି ନେଇ ଚାଲିଥିବା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଗଣଧାରଣା ଏବେ ବି ଜାରି ରହିଛି । ଗତକାଲି ବୌଦ୍ଧ ଜିଲ୍ଲାର ହଜାରରୁ ଊର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଓ ସହାୟିକା ବୌଦ୍ଧରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରରେ ସହର ପରିକ୍ରମା କରିଥିଲେ(demanding over various issue) । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଆଗାମୀ ସମୟରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏଥିରେ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦାବି ସହିତ ସମାନ କାମକୁ ସମାନ ଦରମା ଦାବି କରିଥିଲେ । ଏନେଇ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସହିତ ଆଲୋଚନା କରିଥିଲେ। ତେବେ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହାମଧ୍ୟ ପଢ଼ନ୍ତୁ. ୮ଦଫା ଦାବିରେ ଢେଙ୍କାନାଳରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଏନେଇ ଜିଲ୍ଲା ଅଙ୍ଗନବାଡି ସଂଘର ସଭାନେତ୍ରୀ ଉର୍ମିଳା ମହାପାତ୍ର କହିଛନ୍ତି "ଆଜିକୁ ୪୭ ବର୍ଷ ଧରି ଅଙ୍ଗନବାଡ଼ି କର୍ମଚାରୀ ଶୋଷଣର ଶୀକାର ହେଉଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ଦେବା ପାଇଁ । ହେଲେ ଏଯାଏଁ ତାହା ମଧ୍ୟ କର୍ମଚାରୀଙ୍କୁ ମିଳିନି । ତେଣୁ ସରକାର ଯେଉଁ ଅଙ୍ଗନବାଡ଼ି କର୍ମୀଙ୍କୁ ଶୋଷଣ କରି ଚାଲିଛନ୍ତି ତାର ପ୍ରତିବାଦରେ ଭୟଙ୍କର ଜନଆନ୍ଦୋଳନ ସୃଷ୍ଟି ହେବ । ଆମର ମୁଖ୍ୟତଃ ୮ ଦଫା ଦାବି ରହିଛି । ପ୍ରଥମ ଦାବି ହେଉଛି ଯେଉଁଭଳି ଅନ୍ୟାୟ ଭାବେ ୬ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଉ । ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯାଉ ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ନମିଳିଛି । ସେହିପରି ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କର ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.