ETV Bharat / state

ତେନ୍ତୁଳିଆ ଗାଁରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୋଲିସ

author img

By

Published : Dec 20, 2022, 9:14 AM IST

Updated : Dec 20, 2022, 12:23 PM IST

Woman dies due to dowry torture in Bhdrak
Woman allegedly murdered by inlaws

ଯୌତୁକ ଲାଳସା କରିଦେଲା ରାକ୍ଷାସ । ମାରିଦେଲେ ଘରର କୂଳବଧୂକୁ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେନ୍ତୁଳିଆ ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ

ଭଦ୍ରକ: ଥମୁନି ଯୌତୁକ ପାଇଁ ବଧୂ ହତ୍ୟାକାଣ୍ଡ ଘଟଣା । ଆଜି ପୁଣି ଏକ ବୋହୂକୁ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ବାପ ଘର ଲୋକେ ଏଭଳି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେନ୍ତୁଳିଆ ଗାଁରୁ ଏଭଳି ଅଭିଯୋଗ ଆସିଛି ।

ବାହାଘରର ୧୨ ବର୍ଷ ପରେ ବି ଶାଶୁ ଘର ଲୋକେ ବୋହୂକୁ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଦହଣାଶୁଣି ଗ୍ରାମର ଉଷାରାଣୀ ଦଳେଇ ପ୍ରାୟ 12 ବର୍ଷ ତଳେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେନ୍ତୁଲିଆ ଅଞ୍ଚଳର ମହେନ୍ଦ୍ର ମାଝୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ବାହାଘର ସମୟରେ ଯୌତୁକ ବାବଦରେ ଦାବି ମୁତାବକ ସମସ୍ତ ଜିନିଷ ପତ୍ର ଦେଇଥିଲେ ।

କିନ୍ତୁ ଏତିକି ଯୌତୁକ ଜିନିଷରେ ସନ୍ତୁଷ୍ଟ ହୋଇନଥିଲେ ଶ୍ୱଶୁର ଘର ଲୋକେ । ଅଧିକ ଯୌତୁକ ଦାବି କରି ଅନେକ ସମୟରେ ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ଶାଶୂଘର । ସୋମବାର ପୁନଃ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଛି।

ପ୍ରବଳ ମାଡ଼ ଯୋଗୁଁ ଉଷାରାଣୀଙ୍କ ଚେତା ପଳାଇଯାଇଥିଲା । ସଜ୍ଞାହୀନ ଅବସ୍ଥାରେ ଉଷାରାଣୀଙ୍କୁ ପ୍ରଥମେ ଭଦ୍ରକ ଓ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ସହ ଶ୍ୱଶୁର ଘର ଲୋକେ ମିଶି ଭଉଣୀଙ୍କୁ ମାରିଦେଇଥିବା ନେଇ ଉଷାରାଣୀଙ୍କ ଭାଇ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଧିକ ଯୌତୁକ ଦାବିକରି ଆମ ନଣନ୍ଦଙ୍କୁ ତା ଶ୍ୱଶୁର ଘର ଲୋକେ ବାଡେଇ ମାରିଦେଇଥିବା ଉଷାରାଣୀଙ୍କ ଭାଉଜ କହିଛନ୍ତି ।

ଏ ସମ୍ପର୍କରେ ମୃତ ମହିଳାଙ୍କ ଭାଉଜ ଲକ୍ଷ୍ମୀ ଦଳେଇ କହିଛନ୍ତି "ଉଷାରାଣୀଙ୍କର ବାପା, ମାଆ ନାହାଁନ୍ତି । ଉଷାରାଣୀଙ୍କର ପ୍ରଥମ ବାହାଘର ଭଦ୍ରକ ସ୍ଥିତ ଏକ ଗାଁରେ ବାହାଘର ହୋଇଥିଲା । ତେବେ ବାହାଘରର ୨୭ ଦିନ ପରେ ତାଙ୍କ ସ୍ବାମୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏହାପରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେନ୍ତୁଲିଆ ଅଞ୍ଚଳର ମହେନ୍ଦ୍ର ମାଝୀଙ୍କ ସହ ଦ୍ବିତୀୟ ବାହାଘର କରିଥିଲୁ । ବାହାଘର ସମୟରେ ତାଙ୍କ ଶାଶୁଘର ଦାବି ମୁତାବକ ସବୁ ଜିନିଷ ଦେଇଥିଲୁ । ଯେମିତି ବାହାଘର ବିଧିବଦ୍ଧ ଭାବେ ହୁଏ ଠିକ୍‌ ସେମିତି କରିଥିଲୁ । ଏପରିକି ଆମକୁ ଯୌତୁକ ବି ଦାବି କରିଥିଲେ । ଆମ ଝିଅର ଶାଶୁ ଘରକୁ ଆମେ ୬ମାସ ପୂର୍ବେ ଯାଇଥିଲୁ ଝିଅକୁ ଦେଖିବା ପାଇଁ । ହେଲେ ତା ଶାଶୁ ଘର ଲୋକେ ଆମକୁ ଅନେକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଝିଅକୁ ସବୁ ବେଳେ ଟଙ୍କା, ଗାଡ଼ି, ବଡ଼ ଟିଭି ସବୁ କିଛି ମାଗୁଥିଲେ । ତେବେ ଆଜି ଆମକୁ ତାଙ୍କ ପଡ଼ିଶା ଘର ଲୋକେ ଫୋନ କରି କହିଥିଲେ ଯେ, ତମ ଝିଅ ଆଉ ଏ ଦୁନିଆରେ ନାହିଁ ।"

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ ଯାଏଁ କାହାରିକୁ ଗିରଫ କରିନାହିଁ । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭଦ୍ରକ

Last Updated :Dec 20, 2022, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.