ETV Bharat / state

ଝଲସିବ ବୈତରଣୀ ନଦୀକୂଳ, ଖର୍ଚ୍ଚ ହେବ 20 କୋଟି ଟଙ୍କା

author img

By

Published : Dec 14, 2020, 7:21 PM IST

ଚାନ୍ଦବାଲିରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବୈତରଣୀ ନଦୀକୂଳର ସୌନ୍ଦର୍ଯ୍ୟକରଣ କରାଯିବ । ଖର୍ଚ୍ଚ ହେବ 20 କୋଟି । ପଢନ୍ତୁ ଅଧିକ......

ଚାନ୍ଦବାଲିରେ ହେବ ସୌନ୍ଧର୍ଯ୍ୟୀକରଣ ପ୍ରକଳ୍ପ, ଖର୍ଚ୍ଚ ହେବ 20 କୋଟି ଟଙ୍କା
ଚାନ୍ଦବାଲିରେ ହେବ ସୌନ୍ଧର୍ଯ୍ୟୀକରଣ ପ୍ରକଳ୍ପ, ଖର୍ଚ୍ଚ ହେବ 20 କୋଟି ଟଙ୍କା

ଭଦ୍ରକ: ଜିଲ୍ଲାର ପୂରାତନ ବନ୍ଦର ନଗରୀ ଚାନ୍ଦବାଲିରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବୈତରଣୀ ନଦୀକୂଳର ସୌନ୍ଦର୍ଯ୍ୟକରଣ କରାଯିବ। ନଦୀ କୂଳର ଦୁଇ କିଲୋମିଟର ଦୂରତା ବିଶିଷ୍ଟ ଆଡିରେ ପର୍ଯ୍ୟଟକଙ୍କ ପାଇଁ ଛୋଟ ଛୋଟ ପାର୍କ ଓ ତିନି ଥାକିଆ ସିଟିଂ ପାଇଁ ବ୍ୟବସ୍ଥା କରାଯିବ। ଏହି ସ୍ଥାନରେ ଥିବା ଜବର ଦଖଲ ହଟାଯାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବାରିକେଡ ନିର୍ମାଣ କରାଯିବ । ଏନେଇ କୋଡିଏ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି।

ଝଲସିବ ବୈତରଣୀ ନଦୀକୂଳ, ଖର୍ଚ୍ଚ ହେବ 20 କୋଟି ଟଙ୍କା

ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ , ସାଂସଦ ମଂଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ବଜବର ରାଉତ ଓ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଆଜି କ୍ଷେତ୍ର ପରିଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.