ETV Bharat / state

ଶିକ୍ଷୟତ୍ରୀଙ୍କ ଫଟୋ ଭାଇରାଲ କରି ରସିକିଆ ଶିକ୍ଷକ ଗିରଫ

author img

By

Published : Jul 15, 2020, 9:28 PM IST

ଲଭ-ସେକ୍ସ ଆଉ ଧୋକା ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାଇକାନିଡ଼ିହି ଥାନା କିସ୍ମତ କୃଷ୍ଣପୁର ଗାଁରୁ । ଅନ୍ତରଙ୍ଗ ମୁହୂର୍ତର କିଛି ଫଟୋ ଭାଇରାଲ କରି ଗିରଫ ହୋଇଛନ୍ତି ରସିକିଆ ଶିକ୍ଷକ ଚକ୍ରଧର ସେଠି ।

teacher-arrested-after-viral-photo-of-lady-teacher-at-bhadrak
ଲଭ-ସେକ୍ସ-ଧୋକା: ଶିକ୍ଷୟତ୍ରୀଙ୍କ ଫଟୋ ଭାଇରାଲ କରି ଶିକ୍ଷକ ଗିରଫ

ଭଦ୍ରକ: ଶିକ୍ଷୟତ୍ରୀଙ୍କ ଫଟୋ ଭାଇରାଲ କରି ଶିକ୍ଷକ ଗିରଫ। ଲଭ-ସେକ୍ସ ଆଉ ଧୋକାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାଇକାନିଡ଼ିହି ଥାନା କିସ୍ମତ କୃଷ୍ଣପୁର ଗାଁରୁ । ଅନ୍ତରଙ୍ଗ ମୁହୂର୍ତର କିଛି ଫଟୋ ଭାଇରାଲ କରି ଗିରଫ ହୋଇଛନ୍ତି ରସିକିଆ ଶିକ୍ଷକ ଚକ୍ରଧର ସେଠି ।

ଲଭ-ସେକ୍ସ-ଧୋକା: ଶିକ୍ଷୟତ୍ରୀଙ୍କ ଫଟୋ ଭାଇରାଲ କରି ଶିକ୍ଷକ ଗିରଫ

ତେବେ ନଟିଆପାଳ ସ୍କୁଲର ଶିକ୍ଷକ ଚକ୍ରଧର ସେଠିଙ୍କ ସହିତ ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିବା ସୂଚନା ମିଳିଛି। ହେଲେ ଲକଡାଉନ ସମୟରେ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବାହାଘର ହେଇଯାଇଥିଲା । ଫଳରେ ଶିକ୍ଷକ ଚକ୍ରଧର ସେଠି ପ୍ରତିଶୋଧ ପରାୟଣ ହେଇ ଉଭୟଙ୍କ ଭିତରେ କିଛି ଅନ୍ତରଙ୍ଗ ମୁହୂର୍ତର ଫଟୋକୁ ଶିକ୍ଷୟତ୍ରୀଙ୍କ ସ୍ବାମୀଙ୍କ ପାଖକୁ ପଠାଇ ଦେଇଥିଲା । ଫଳରେ ଶିକ୍ଷୟତ୍ରୀଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ । ପରେ ଶିକ୍ଷୟତ୍ରୀ ଜଣକ ନାଇକାନିଡ଼ିହି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ଜଣାପଡିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.