ETV Bharat / state

ଶୌଚ ହେବାକୁ ଯାଇ ସାଳନ୍ଦୀ ନଦୀରେ ଭାସି ଯାଇଥିଲେ ବୃଦ୍ଧ, ମିଳିଲା ମୃତଦେହ

author img

By ETV Bharat Odisha Team

Published : Aug 27, 2023, 10:14 AM IST

old man died
old man died

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁରେ ଶୌଚ ହେବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ । ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

old man died

ଭଦ୍ରକ: ଶୌଚ ହେବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ । ଗତକାଲି(ଶନିବାର) ସାଳନ୍ଦୀ ନଦୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ଜଣକ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର 77 ବର୍ଷୀୟ ଯୁଧିଷ୍ଠିର ମଲିକ ବୋଲି ଜଣାପଡିଛି । ନଦୀକୁ ଶୌଚ ହେବାକୁ ଯାଇ ସେ ନିଖୋଜ ଭାସି ଯାଇଥିଲେ ।

ସୂଚନା ଅନୁଯାୟୀ, ଗାଁ ପାଖ ଦେଇ ବୋହି ଯାଇଥିବା ସାଳନ୍ଦୀ ନଈକୁ ଯୁଧିଷ୍ଠିର ଶୌଚ ହେବାକୁ ଯାଇଥିଲେ । ହେଲେ ସେଠାରେ ନଦୀର ପ୍ରଖର ସ୍ରୋତରେ ବୃଦ୍ଧ ଭାସି ଯାଇଥିଲେ । ମୃତକ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ଗାଁ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର ଥିବା ଏକ ପୋଲ ନିକଟରେ ଯୁଧିଷ୍ଠିରଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ।

ଏନେଇ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିବା ବେଳେ ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହା ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଅଗ୍ନିଶମବାହିନୀ । ତେବେ ଯୁଧିଷ୍ଠିର ମଲିକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଏହା ମଧ୍ୟ ପଢନ୍ତୁ- ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଯାଇଥିଲେ NIT ଛାତ୍ର, ଉଦ୍ଧାର ହେଲା ମୃତଦେହ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଦେଉଳଝରୀ ଶୈବପୀଠକୁ ବଅଁରପାଳ ଥାନା ଜୁରାଗାଡ଼ିଆ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ସରୋଜ ସାହୁ ଜଳଲାଗି ପାଇଁ ଆସିଥିଲେ । ସରୋଜ ସାଙ୍ଗସାଥି ହୋଇ ଦେଉଳଝରୀ ଶୈବପୀଠରେ ଜଳଲାଗି କରିବା ପରେ ମହାନଦୀ କୂଳରେ ଥିବା ବିନିକେୟୀ ପୀଠକୁ ଯାଇ ସେଠାରେ ରନ୍ଧାବଢ଼ା କରି ଖାଇଥିଲେ। ଏହାର କିଛି ସମୟ ପରେ ସରୋଜ ମହାନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପାଣିରେ ପଡି ଯାଇଥିଲେ। ପାଣିରେ ପଡିବା ପରେ ସେ 2-3 ଥର ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ଅନ୍ୟ ଜଣେ ସାଙ୍ଗ ଏହା ଦେଖି ସମସ୍ତଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକ ଡଙ୍ଗାରେ ଯାଇ ବହୁ ଖୋଜାଖୋଜି ପରେ ସରୋଜଙ୍କୁ ନଦୀରୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.