ETV Bharat / state

ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଯାଇଥିଲେ NIT ଛାତ୍ର, ଉଦ୍ଧାର ହେଲା ମୃତଦେହ

author img

By

Published : Aug 21, 2023, 1:11 PM IST

ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ତୁଳସୀକାନି ସ୍ଥିତ ଅକ୍ଷୟଶୀଳା ଜଳପ୍ରପାତରେ ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ ଏନଆଇଟି ଛାତ୍ର । ଆଜି ତାଙ୍କର ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

student washed away akhayasila waterfall
student washed away akhayasila waterfall

ଅକ୍ଷୟଶିଳା ଜଳପ୍ରପାତରେ ବୁଡି ଯାଇଥିଲେ NIT ଛାତ୍ର, ଉଦ୍ଧାର ହେଲା ମୃତଦେହ

ରାଉରକେଲା: ଗାଧୋଇବାକୁ ଯାଇ ଜଣେ ଏନଆଇଟି ଛାତ୍ରଙ୍କ ମୃତ୍ୟୁ ହୋଇଛି । ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ତୁଳସୀକାନି ସ୍ଥିତ ଅକ୍ଷୟଶୀଳା ଜଳପ୍ରପାତରେ ଗାଧୋଇବା ବେଳେ ଜଣେ ଛାତ୍ର ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବକ ଜଣକ ହେଉଛନ୍ତି ଲେଙ୍ଗାନାର ବେଗାରୀ ଆଦର୍ଶ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(NIT)ର ୧୦ ଜଣ ଛାତ୍ର ବିଶ୍ରା ଥାନା ଅନ୍ତର୍ଗତ ତୁଳସୀକାନି ସ୍ଥିତ ଅକ୍ଷୟଶୀଳା ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ଜଳପ୍ରପାତ ନିକଟରେ ଛାତ୍ରମାନେ ଠିଆ ହୋଇଥିବା ବେଳେବେଗାରୀ ଗାଧୋଇବା ପାଇଁ ପାଣିକୁ ଯାଇଥିଲେ । ହେଲେ ଗଭୀର ପାଣିରେ ସେ ବୁଡ଼ି ଯାଇ ଆଉ ବାହାରି ନଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ଛାତ୍ରମାନେ ଏନେଇ ତୁରନ୍ତ ବିଶ୍ରା ପୋଲିସ୍‌କୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅନ୍ତେଷ୍ଟି କ୍ରିୟାକୁ ଯାଇ ବ୍ରାହ୍ମଣୀ ନଦୀରେ ଭାସିଗଲେ ଯୁବକ

ତେବେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଏନେଇ ଆଜି ସକାଳେ ପୁଣି ଅଗ୍ନିଶମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ଖୋଜଖୋଜି କରିବା ପରେ ଯୁବକଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଛାତ୍ରଙ୍କ ମୃତଦେହକୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ରଖାଯାଇଥିବା ବେଳେ ଯୁବକଙ୍କ ଘର ତେଲେଙ୍ଗାନାରେ ଥିବାରୁ ତାଙ୍କ ବାପାମାଆଙ୍କୁ ସୂଚନା ଦିଆଯାଇଛି । ଆସନ୍ତାକାଲି ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ- ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଜିଲ୍ଲାର ବେଦବ୍ୟାସ ବ୍ରାହ୍ମଣୀ ନଦୀକୁ ଅନ୍ତେଷ୍ଟି କ୍ରିୟାକୁ ଯାଇ ନଦୀରେ ଭାସିଯାଇଥିଲେ ଯୁବକ । ରାଉରକେଲା ପ୍ଲାଣ୍ଟ୍‌ସାଇଡ଼ ଥାନା ଅନ୍ତର୍ଗତ ରେଲୱେ କଲୋନୀର ବାସିନ୍ଦା ପିଣ୍ଟୁ ବାଂଶୁରି ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବାକୁ ୪ ଜଣ ଯୁବକ ଆସିଥିଲେ । ଅନ୍ତେଷ୍ଟି କାର୍ଯ୍ୟ ସମାପନ ପରେ ପରେ ସମସ୍ତେ ଗାଧୋଇବା ପାଇଁ ନିକଟସ୍ଥ ନଦୀ ଘାଟକୁ ଯାଇଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ ଜଣକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜଣେ ବୁଡି ଯାଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.