ETV Bharat / state

ଅନ୍ତେଷ୍ଟି କ୍ରିୟାକୁ ଯାଇ ବ୍ରାହ୍ମଣୀ ନଦୀରେ ଭାସିଗଲେ ଯୁବକ

author img

By

Published : Aug 17, 2023, 1:38 PM IST

Updated : Aug 17, 2023, 2:08 PM IST

ନଦୀରେ ଭାସିଗଲେ ଯୁବକ
ନଦୀରେ ଭାସିଗଲେ ଯୁବକ

ରାଉରକେଲା ବେଦବ୍ୟାସ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ଯୁବକ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ନଦୀରେ ଭାସିଗଲେ ଯୁବକ

ରାଉରକେଲା: ଅନ୍ତେଷ୍ଟି କ୍ରିୟାକୁ ଯାଇ ନଦୀରେ ଭାସିଗଲେ ଯୁବକ । ରାଉରକେଲା ବେଦବ୍ୟାସ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅନ୍ତର୍ଗତ ରେଲୱେ କଲୋନୀର ବାସିନ୍ଦା ପିଣ୍ଟୁ ବାଂଶୁରି ବୋଲି ଜଣାପଡିଛି । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ମୁତାବକ, ଗତକାଲି(ବୁଧବାର) 5ଟା ସମୟରେ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବାକୁ ୪ ଜଣ ଯୁବକ ଆସିଥିଲେ । ଅନ୍ତେଷ୍ଟି କାର୍ଯ୍ୟ ସମାପନ ପରେ ପରେ ସମସ୍ତେ ଗାଧୋଇବା ପାଇଁ ନିକଟସ୍ଥ ନଦୀ ଘାଟକୁ ଯାଇଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ ଜଣକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଅନ୍ୟ ଜଣକ ବୁଡିଯାଇଥିଲେ । ପରେ ପରେ ଏନେଇ ଓଡ୍ରାଫ ଦଳ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଆଜି ପୁଣି ସକାଳ ସମୟରୁ ଉଦ୍ଧାରକାର୍ଯ୍ୟ ଜାରି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ, ମିଳୁନି ଖୋଜଖବର

ଉପରମୁଣ୍ଡରେ ବର୍ଷା ଅଧିକ ହେବା ଫଳରେ ଶଙ୍ଖ ଏବଂ କୋଏଲ ନଦୀର ପାଣି ସ୍ତର ଅଧିକ ଥିବାରୁ ବ୍ରାହ୍ମଣୀ ନଦୀ ପାଣିରେ ଭାସି ଯାଇଥିବା ଅନୁମାନ କରାଯାଉଛି । ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜା ଖୋଜି ପରେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ । ଅନ୍ୟପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ପ୍ରକାଶ ଥାଉକି, ସେହିପରି ଗତ ଅଗଷ୍ଟ ୩ ତାରିଖରେ ସୁନ୍ଦରଗଡ ଇବ ନଦୀ ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ ଜଣକ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏହି ଘଟଣା ବନ୍ୟା ସମୟରେ ସୁରକ୍ଷା ସତର୍କତା ପ୍ରସଙ୍ଗକୁ ସାମ୍ନାକୁ ଆଣିଛି । ବିଶେଷ କରି ପ୍ରବଳ ବର୍ଷା ଓ ବନ୍ୟା ସମୟରେ ନଦୀ ଓ ଜଳାଶୟକୁ ଯିବାକୁ ସତର୍କତା ଜାରି କରାଯାଇଥିଲେ ମଧ୍ୟ ଯୁବକ ଜଣକ ଅଧିକ ପାଣିକୁ ଗାଧୋଇବାକୁ କେଉଁଥିପାଇଁ ଯାଇଥିଲେ ବୋଲି ପ୍ରଶ୍ନ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ରାଉରକେଲା

Last Updated :Aug 17, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.