ETV Bharat / state

କଲେଜ ଛାତ୍ରୀଙ୍କ ଠୁ ମୋବାଇଲ ଝାମ୍ପିନେଲେ ଲୁଟେରା

author img

By

Published : Dec 11, 2021, 10:38 PM IST

କଲେଜ ଛାତ୍ରୀଙ୍କ ଠୁ ମୋବାଇଲ ଝାମ୍ପିନେଲେ ଲୁଟେରା
କଲେଜ ଛାତ୍ରୀଙ୍କ ଠୁ ମୋବାଇଲ ଝାମ୍ପିନେଲେ ଲୁଟେରା

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । କଲେଜ ଛାତ୍ରୀଙ୍କ ଠାରୁ ମୋବାଇଲ ଲୁଟ । ଅଧିକ ପଢନ୍ତୁ

ଭଦ୍ରକ : ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ଦିନ ଦ୍ବି ପହରେ କରୁଛନ୍ତି ଲୁଟ । ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଭଦ୍ରକବାସୀ। ନିକଟ ଅତୀତରେ ଦୁଇ ଦୁଇ ଥର ପୁଲିସ ପକ୍ଷରୁ ଏନକାଉଣ୍ଟର ହେବା ପରେ ମଧ୍ୟ କମୁନି ଚୋରି, ରାହାଜାନୀ, ଛିନତାଇ ଭଳି ମାମଲା । ଭଦ୍ରକ ପୁରୁଣା ବଜାର ବାଲିପାଟଣା ଛକରେ ଛାତ୍ରୀଙ୍କ ମୋବାଇଲ ଛଡାଇ ନେଲେ ଦୁବୃର୍ତ୍ତ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ହୋଇଥିବା ୨ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଲେଜ ଛାତ୍ରୀଙ୍କ ଠୁ ମୋବାଇଲ ଝାମ୍ପିନେଲେ ଲୁଟେରା

ସୂଚନା ଅନୁସାରେ, ବାଲିପାଟଣା ଛକରେ 2 ଜଣ ଛାତ୍ରୀ ଘରକୁ ଫେରୁଥିଲେ । ଏହି ସମୟରେ ୨ ଯୁବକ ସ୍କୁଟିରେ ଆସି ମୋବାଇଲ ଛଡାଇ ନେଇଥିଲେ । ହେଲେ ଛାତ୍ରୀ ୨ ଜଣ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ହେଲେ ଲୁଟେରାମାନେ ଯାଉଥିବା ଗାଡିରେ ଛାତ୍ରୀଙ୍କୁ ଧକ୍କା ଦେଇଥିଲେ । ଫଳରେ ୨ ଜଣ ଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ପୁରୁଣା ବଜାର ଥାନାରେ ଅଭିଯୋଗ କରାଯାଇଛି । ଏତଲା ପରେ ପୁରୁଣା ବଜାର ପୋଲିସ ଲୁଟେରାଙ୍କ ସ୍କୁଟି ନମ୍ବର ପ୍ଲେଟକୁ ନେଇ ତଦନ୍ତ ଆରମ୍ଭ କରିଛି। ହେଲେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.