ETV Bharat / state

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jan 5, 2020, 7:35 PM IST

bhadrak latest news, dead body found in bhadrak, dead body found from pond, ପୋଖରୀରୁ ମୃତଦେହ ଉଦ୍ଧାର, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ ମୃତଦେହ ଠାବ
ପ୍ରତୀକାତ୍ମକ ଫଟୋ

ପୋଖରୀ ଭିତରେ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ବ୍ୟକ୍ତି ଜଣଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଭଦ୍ରକ: ପୋଖରୀ ଭିତରେ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ବ୍ୟକ୍ତି ଜଣଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତି ଜଣକ ହେଲେ ଧାମନଗର କାଞ୍ଜିଆପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି । ପୂର୍ଣ୍ଣଚନ୍ଦ୍ର ଶନିବାର ଠାରୁ ନିଖୋଜ ଥିବା ବେଳେ ରବିବାର କ୍ଷେତ ନିକଟସ୍ଥ ପୋଖରୀରୁ ତାଙ୍କ ମୃତଦେହ ଭାସୁଥିବାର ଦେଖାଯାଇଥିଲା ।

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏନେଇ ଖବର ପାଇ ପରିବାର ଲୋକେ ଧାମନଗର ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ କ୍ଷେତ ନିକଟରେ ରକ୍ତ ଛିଟା ପଡିବା ଓ ମୃତ ଶରୀରର ପରିପାର୍ଶ୍ଵିକ ଅବସ୍ଥାରୁ କେହି ଦୁବୃର୍ତ୍ତ ତାଙ୍କୁ ମାରି ପୋଖରୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଫଳରେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ତେଣେ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEAD BODY
FORMAT : AVB
REPORT : DEBASIS MOHAPATRA / BHADRAK
DATE : 05.01.2020

ANCHOR : ପୋଖରୀ ଭିତରେ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଠାବ। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତି ଜଣକ ହେଲେ ଧାମନଗର କାଞ୍ଜିଆପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି। ପୂର୍ଣ୍ଣଚନ୍ଦ୍ର ଗତକାଲି ଠାରୁ ନିଖୋଜ ଥିଲେ। ଆଜି କ୍ଷେତ ନିକଟରେ ଥିବା ପୋଖରୀରୁ ପୂର୍ଣ୍ଣଚନ୍ଦ୍ର ଙ୍କ ମୃତ ଦେହ ଭାସୁଥିବାର ଖବର ପାଇ ପରିବାର ପକ୍ଷରୁ ଧାମନଗର ପୋଲିସ କୁ ସୂଚନା ଦିଆଯାଇଥିଲା। କ୍ଷେତ ନିକଟରେ ରକ୍ତ ଛିଟା ପଡିବା ଓ ମୃତ ଶରୀର ର ପରିପାର୍ଶ୍ଵିକ ଅବସ୍ଥାରୁ କେହି ଦୃବୁର୍ତ୍ତ ତାଙ୍କୁ ମାରି ପୋଖରୀ କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। Body:ଏନେଇ ପୂର୍ଣ୍ଣଚନ୍ଦ୍ର ଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
Bite : ମଦନମୋହନ ଦାସ_ଗ୍ରାମବାସୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.