ETV Bharat / state

ଋଣ ଦେବା ନାଁରେ ଠକେଇ, ସମବାୟ ସମିତି ସଂପାଦକ ନାମରେ ଅଭିଯୋଗ

author img

By ETV Bharat Odisha Team

Published : Aug 31, 2023, 10:00 AM IST

Cooperative society secretary
Cooperative society secretary

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ଠକେଇ । ପାଳସାହି ସେବା ସମବାୟ ସମିତି ସଂପାଦକ ରଞ୍ଜନ କୁମାର ମାଝୀ ଠକେଇ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Cooperative society secretary

ଭଦ୍ରକ: ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ଠକେଇ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ସେବା ସମବାୟ ସମିତି ସଂପାଦକ ରଞ୍ଜନ କୁମାର ମାଝୀ ଠକେଇ କରିଥିବା ଅଭିଯୋଗ । ତେବେ ଜିଲ୍ଲାର ରହିପୁର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ସାହିରେ ଥିବା ମା’ ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀକୁ ଋଣ ଦେବା ପାଇଁ କହି ଠକେଇ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସେବା ସମବାୟ ସମିତି ସଂପାଦକ ରଂଜନ କୁମାର ମାଝୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ କହିଥିଲେ ଯଥାଶୀଘ୍ର ପୁରୁଣା ଋଣ ପରିଶୋଧ କରିଦେଲେ ନୂତନ ଋଣ ପ୍ରଦାନ କରାଯିବ । ତେଣୁ ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୂର୍ବରୁ ଆଣିଥିବା ଋଣ ପରିଶୋଧ କରି ଦେଇଥିଲେ । ହେଲେ ଋଣ ପରିଶୋଧ କରିବା ନେଇ କୌଣସି ପ୍ରମାଣ ସେମାନଙ୍କୁ ସେବା ସମବାୟ ସମିତି ପକ୍ଷରୁ ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ନୂତନ ଋଣ ପ୍ରଦାନ ପାଇଁ ଆଦ୍ୟାବଧି ମଧ୍ୟ ସେବା ସମବାୟ ସମିତି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଜଣାପଡିଛି । ଫଳରେ ଉକ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବେ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- GST ଠକେଇ ଅଭିଯୋଗ, ବୌଦ୍ଧର ବଂଶଲ ଟ୍ରେଡର୍ସରେ ଚଢାଉ

ଏହା ମଧ୍ୟ ପଢନ୍ତୁ- ଚାକିରି କରାଇଦେବା ନାଁରେ ଠକେଇ, ଅଭିଯୁକ୍ତ ଗିରଫ

ତେବେ ଋଣ ପରିଶୋଧ କରିବା କ୍ଷେତ୍ରରେ ସେବା ସମବାୟ ସମିତି ପକ୍ଷରୁ ବ୍ୟାପକ ଅନିମିୟତତା ହୋଇଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ । ଶେଷରେ ଏନେଇ ଅନ୍ୟ କିଛି ଉପାୟ ନ ପାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧୂଷୁରୀ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ସୁଧା କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନାହିଁ ବୋଲି ଜଣାପଡିଛି । ତେଣୁ ବାଧ୍ୟ ହୋଇ ହକ୍ ପାଇଁ ଆଗକୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସମ୍ପୃକ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଅନ୍ୟପଟେ ଏନେଇ ସେବା ସମବାୟ ସମିତି ସମ୍ପାଦକ କି ଅନ୍ୟ କୌଣସି ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.