ETV Bharat / state

ଚାକିରି କରାଇଦେବା ନାଁରେ ଠକେଇ, ଅଭିଯୁକ୍ତ ଗିରଫ

author img

By

Published : Aug 2, 2023, 3:42 PM IST

ଚାକିରି କରେଇ ଦେବା ନାଁରେ ଠକେଇ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ସଦର ପୋଲିସ । ଅଧିକ ପଢନ୍ତୁ

fraud name of getting  jobs
fraud name of getting jobs

fraud name of getting jobs

ବରଗଡ଼: ଚାକିରି କରାଇ ଦେବାକୁ କହି ସାଂଘାତିକ ଠକେଇ । ନିଜକୁ BSNL ବିଭାଗର ଉଚ୍ଚ ଅଧିକାରୀର ପରିଚୟ ଦେଇ ପଶ୍ଚିମ ଓଡ଼ିଶାର ଅନେକ ପିଲାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକୁଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ଼ ସଦର ପୋଲିସ । ଏଥିସହ ତାଙ୍କ ପାଖରୁ ଠକେଇରେ ବ୍ୟବହୃତ ନକଲି ପରିଚୟ ପତ୍ର, ଚେକ୍‌ ବୁକ୍‌, ନକଲି ନିଯୁକ୍ତି ପତ୍ର ଏବଂ ଡାଏରୀ ସମେତ ନଗଦ ୧୩ ଲକ୍ଷ ୫୫୦ ଟଙ୍କା ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଘର ଦେବା ନାଁରେ 16 କୋଟି ଠକେଇ: କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ବାନ୍ଧିଲା EOW

ସୂଚନା ମୁତାବକ, ଅଭିଯୁକ୍ତ ନିତେଇଗୌର ଫେସ୍‌ବୁକରେ ୨ଟି ଆକାଉଣ୍ଟ ଖୋଲିଥିଲେ । ଏସ୍‌.ପ୍ରଧାନ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଡରେ ନିଜକୁ BSNLର AGM ଏବଂ ଜ୍ଞାନେନ୍ଦ୍ର ବାରିକ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଟରେ ନିଜକୁ DGM ବୋଲି ପରିଚୟ ଦେଇଥିଲେ । ସେ ନିଜର ଏହି ୨ଟି ଫେସ୍‌ବୁକ ଆକାଉଣ୍ଟରେ ଯୁବତୀଯୁବକଙ୍କ ସହିତ ଯୋଡ଼ି ହୋଇ ଚାଟିଂ କରିବା ସହ ବିନା ପରୀକ୍ଷାରେ BSNLରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ । ଆଉ ଏହାକୁ ବିଶ୍ୱାସ କରି ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ବହୁ ବେକାର ଯୁବକ ଓ ଯୁବତୀ ଠକାମିର ଶିକାର ହୋଇଥିଲେ ଏବଂ ଅଭିଯୁକ୍ତଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବ୍ୟାଙ୍କ ଋଣ ଠକେଇ ମାମଲା: ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ

ତେବେ ଏଭଳି ଭାବେ ଅଭିଯୁକ୍ତ ଜଣକ ସମୁଦାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଦେଇଥିଲେ । ତେବେ ସେହି ନିଯୁକ୍ତିପତ୍ର ନକଲି ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକ ଯୁବତୀ ଅଭିଯୁକ୍ତଙ୍କୁ ଟଙ୍କା ଫେରାଇବାକୁ କହିଥିଲେ । ଟଙ୍କା ଫେରାଇବା ବଦଳରେ ଅଭିଯୁକ୍ତ ସେମାନଙ୍କୁ ଚେକ୍‌ ଦେଇଥିଲେ ଏବଂ ତାହା ବାଉନ୍ସ ହୋଇଯାଇଥିଲା । ତେବେ ଏ ସମ୍ପର୍କରେ ଶନିବାର ବରଗଡ଼ ଜିଲ୍ଲା ସୋହେଲା ଥାନା କନଗାଁ ନିବାସୀ 23 ବର୍ଷର ଡୁଲେଶ୍ୱର ସାହୁ ବରଗଡ଼ ସଦର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ।


ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.