ETV Bharat / state

ବରଗଡ଼ ଗସ୍ତରେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ

author img

By ETV Bharat Odisha Team

Published : Nov 18, 2023, 12:36 PM IST

wodc chairman asit tripathy
wodc chairman asit tripathy

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ ଜିଲ୍ଲା ଗସ୍ତରେ ଆସି ବିଜେପୁର କଲେଜ ଅଡିଟୋରିୟମ ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ

wodc chairman asit tripathy

ବରଗଡ: ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ (WODC) ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହି ଅବସରରେ ସେ ଜିଲ୍ଲାର ବିଜେପୁର କଲେଜ ଅଡିଟୋରିୟମର ଶିଳାନ୍ୟାସ କରିବା ସହିତ ଅତାବିରା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ନିର୍ମାଣଧୀନ ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ କରିଛନ୍ତି l

ସୂଚନା ମୁତାବକ, ବରଗଡ ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ତେବେ WODC ଅଧ୍ୟକ୍ଷ ବିଜେପୁର କଲେଜରେ ବହୁମୁଖୀ ଅଡିଟୋରିୟମର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଯାହା ପ୍ରାୟ 78 ଲକ୍ଷ 43 ହଜାର ବ୍ୟୟ ବରାଦରେ ନିର୍ମାଣ କରାଯିବ । ତେବେ ଏହି ଅବସରରେ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, କଲେଜରେ ଉନ୍ନତିକରଣ ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିକାଶ ହେବ । ସେମାନଙ୍କ ଶିକ୍ଷାର ମାନ ବୃଦ୍ଧି କରିବା ସହ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକ୍ରମରେ ଅଡିଟୋରିୟମ୍ ବିଶେଷ ଭାବରେ ସହାୟକ ହେବ । ସମ୍ବଲପୁର ଜି.ଏମ୍ ବିଶ୍ବବିଦ୍ୟାଳୟରେ ପରିଷଦର ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ତେଣୁ ସେହିଭଳି ଭାବେ ଏହି ମହାବିଦ୍ୟାଳୟର ଅଡିଟୋରିୟମ ମଧ୍ୟ ନିର୍ମାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ୨୦ରେ ଆସୁଛନ୍ତି ରାଷ୍ଟ୍ରପତି, ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି

ଏହା ମଧ୍ୟ ପଢନ୍ତୁ- ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ କନ୍ଧମାଳ ଗସ୍ତ

ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ତଥା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ବିଜେପୁର ବ୍ଲକ ସ୍ଥିତ ଟାଙ୍ଗରୁପଦରରୁ ମଘା ରାସ୍ତା ଓ ତଳପଦରରୁ ବରଗୋଡା ରାସ୍ତାରେ ବ୍ରିଜ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ଅସିତ ତ୍ରିପାଠୀ । ଏହି ବ୍ରିଜ୍ ନିର୍ମାଣ ପାଇଁ 20 ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଅତାବିରା ବ୍ଲକ ସ୍ଥିତ ଖଇରପାଲି ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ କରିଛନ୍ତି ପରିଷଦର ଅଧ୍ୟକ୍ଷ । ଏହି ସଭାଘର ନିର୍ମାଣ ପାଇଁ ପରିଷଦ ପକ୍ଷରୁ 84 ଲକ୍ଷ 15 ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.