ETV Bharat / state

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ କନ୍ଧମାଳ ଗସ୍ତ

author img

By ETV Bharat Odisha Team

Published : Nov 11, 2023, 11:53 AM IST

ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ତଥା ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଏସ୍‌ କେ ବଶିଷ୍ଠଙ୍କ କନ୍ଧମାଳ ଗସ୍ତ । ବିଭିନ୍ନ ବିଭାଗ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା । ଅଧିକ ପଢନ୍ତୁ

S. K. Vashist visit kandhamal
S. K. Vashist visit kandhamal
S. K. Vashist visit kandhamal

ଫୁଲବାଣୀ: ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ତଥା ଆକାଂକ୍ଷୀ ଜିଲ୍ଲା ସଚିବ ଏସ୍‌.କେ. ବଶିଷ୍ଠ ଶୁକ୍ରବାର କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ସଚିବ କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକ ପରେ ସେ କ୍ଷେତ୍ର ପରିଦର୍ଶନ କରିଥିଲେ । ବୈଠକରେ ବିଭାଗୀୟ ଅଧିକାରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସୂଚନା ଦେବା ସହିତ ସଚିବଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି ଯେ, କନ୍ଧମାଳ ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ହ୍ରାସ ପାଇଥିବା ବେଳେ ମାତୃ ମୃତ୍ୟୁହାର ପୂର୍ବ ବର୍ଷମାନଙ୍କ ତୁଳନାରେ କମୁଛି । ପ୍ରମୁଖ ସଚିବ ଶିଶୁ ମୃତ୍ୟୁହାର, ଅଙ୍ଗନୱାଡ଼ି ପିଲା ଓ ଗର୍ଭବତୀ ମାଆମାନଙ୍କୁ ଦିଆଯାଉଥିବା ଖାଦ୍ୟ ତାଲିକା, ଟୀକାକରଣ ଆଦି ବିଭିନ୍ନ ବିଷୟର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ ।

ଏନେଇ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ କହିଛନ୍ତି, "କେବଳ ସ୍କିମ୍ ଭିତରେ ସୀମିତ ନ ରହି ସ୍କିମ୍ ବାହାରେ ବି କାର୍ଯ୍ୟ କର । କିଛି ବ୍ୟକ୍ତିବିଶେଷ ନୁହଁ ବରଂ ଜିଲ୍ଲାର ଉନ୍ନତି ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯାହାବି ପ୍ରକଳ୍ପ କରାଯାଉ ଲାଭ କ୍ଷତିକୁ ପ୍ରାଥମିକତା ଦିଆଯାଉ । ଅର୍ଥକାରୀ ଫସଲ ଅମଳ, ଡ୍ରୋନ୍ ବ୍ୟବସ୍ଥା, ଅଣ୍ଡାଦିଆ କୁକୁଡ଼ା ପାଳନ, ଲେମନ ଗ୍ରାସ୍ ଅଏଲ୍ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟା ୟୁନିଟ୍ ଯାହାବି କରାଯାଉ ପ୍ରଥମେ ଉତ୍ପାଦନ ପାଇଁ ସମୁଦାୟ ଖର୍ଚ୍ଚ, ବିକ୍ରି ପରେ ସମୁଦାୟ ଆଦାୟ ଜାଣିବା ଦରକାର । ଲାଭ ହେଲେ ହିଁ ଅନ୍ୟମାନେ ଅନୁକରଣ କରିବେ"।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀର ଗସ୍ତରେ WODC ଅଧ୍ୟକ୍ଷ: ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

ଆହୁରି ମଧ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯେତେବେଳେ ଗସ୍ତରେ ଯିବେ ରାସ୍ତାରେ ପଡ଼ୁଥିବା ବିଦ୍ୟାଳୟ ମାନଙ୍କରେ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା ଠିକ୍‌ରେ କାର୍ଯ୍ୟ କରୁଛି କି ନା ନାହିଁ ପଚାରି ବୁଝିବାକୁ ସଚିବ ପରାମର୍ଶ ଦେଇଥିଲେ । ଜିଲ୍ଲାରୁ ଯେକୌଣସି ତାଲିମ ଅନୁଷ୍ଠାନରୁ ନିଯୁକ୍ତି ପାଇଲେ ବି ସମସ୍ତ ସୂଚନା ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପାଖରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଜିଲ୍ଲାରେ କେତୋଟି ପରିବାର ନିୟମିତ ରାସନ ସାମଗ୍ରୀ ପାଉଛନ୍ତି ଓ କେତୋଟି ପରିବାର ଅକ୍ଟୋବରରୁ ଡିସେମ୍ବର ମାସର ସାମଗ୍ରୀ ଆଗୁଆ ଭାବେ ପାଇଛନ୍ତି ତା'ର ତାଲିକା ଦେବାକୁ ମଧ୍ୟ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.