ETV Bharat / state

ବଲାଙ୍ଗୀର ଗସ୍ତରେ WODC ଅଧ୍ୟକ୍ଷ: ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

author img

By ETV Bharat Odisha Team

Published : Oct 18, 2023, 4:44 PM IST

ବଲାଙ୍ଗିର ଗସ୍ତରେ WODC ଅଧ୍ୟକ୍ଷ; ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା
ବଲାଙ୍ଗିର ଗସ୍ତରେ WODC ଅଧ୍ୟକ୍ଷ; ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ଗୁରୁତ୍ବ ଦେଇ ସହାୟତା ରାଶି ଘୋଷଣା କରିଛନ୍ତି । ଆଗକୁ ପଢନ୍ତୁ

ବଲାଙ୍ଗିର ଗସ୍ତରେ WODC ଅଧ୍ୟକ୍ଷ; ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

ଭୁବନେଶ୍ବର: ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ଗସ୍ତର ଦ୍ବିତୀୟ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ଗୁରୁତ୍ବ ଦେଇ ସହାୟତା ରାଶି ଘୋଷଣା କରିଛନ୍ତି ।ଏଥିସହ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସ୍ଥିତ ଇନଡୋର ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମର ଭିତ୍ତିଭୂମୀର ବିକାଶ ସହ ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦେବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା 15 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ଅସିତ ।

ଏହାମଧ୍ୟ ପଢନ୍ତୁ..ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା

ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହି ସମୟରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି । ତେବେ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ପରିଦର୍ଶନ କରି ଅସିତ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ କଲେଜରେ ଏକ ମଲ୍ଟିପ୍ରୋପଜ ହଲ ନିର୍ମାଣ ପାଇଁ 1 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଗାନ୍ଧୀ ଷ୍ଟାଡିୟମରେ ଫ୍ଲଡ ଲାଇଟର ବ୍ୟବସ୍ଥା କରିବା ପାଇଁ 3 କୋଟି 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶିର ମଧ୍ୟ ଘୋଷଣା କରିଛନ୍ତି । ହରିଶଙ୍କର ମନ୍ଦିର ପରିସରରେ ନିର୍ମାଣ ହେଉଥିବା ପ୍ରବେଶ ଦ୍ବାର, ବ୍ୟାରେଜ ଓ ସୁରକ୍ଷା ବନ୍ଧ, ପାର୍କିଂ ସ୍ଥଳୀ, ଭିୟୁ ପଏଣ୍ଟ, ବାଖ୍ୟା କେନ୍ଦ୍ର ଆଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ଡିସେମ୍ବର ସୁଦ୍ଧା କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନୃସିଂହନାଥ ପୀଠର ଉନ୍ନତିକରଣ ସମତେ ହରିଶଙ୍କର ପୀଠର ବିକାଶ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି ସେ ମତ ପ୍ରକାଶ କରିଛନ୍ତି । ଯୋଗିମୁଣ୍ଡା ଗ୍ରାମରେ ଥିବା ଆଇଟିଆଇ କଲେଜରେ ଛାତ୍ରଛାତ୍ରୀଙ୍କ ସାକ୍ଷାତ କରିବା ସହ ଜିଲ୍ଲାରେ ଥିବା ପାଠାଗାରର ଉନ୍ନତିକରଣ ପାଇଁ 4 ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଯୋଗାଇଦିଆଯିବା ନେଇ ସେ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଯାଜପୁର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି, କଳିଙ୍ଗନଗର ଶିଳ୍ପାଞ୍ଚଳ, କଳାପଥର ସୈରାତ ଅଞ୍ଚଳରେ ସମୀକ୍ଷା

ପାଟଣାଗଡ ବ୍ଲକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ 55 ଲକ୍ଷ ବ୍ୟୟ ବରାଦରେ ନିର୍ମିତ ହୋଇଥିବା କମର୍ସିଆଲ ବ୍ରଏଲର ଫାର୍ମର ପରିଦର୍ଶନ କରିବା ସହ ରାମପୁର ଗ୍ରାମର ସଫଳ ଯୁବ ଉଦ୍ୟୋଗୀ ଜ୍ଞାନେନ୍ଦ୍ର ଜୈନଙ୍କୁ ଅସିତ ସାକ୍ଷାତ କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା 132 ଟି ସିସିଟିଭି କ୍ୟାମେରାର ତଦାରଖ କରିଛନ୍ତି । ପରିଦର୍ଶନ ସମୟରେ ଅସିତ ତ୍ରିପାଠୀଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର ଓ ଅନ୍ୟାନ୍ୟ ବିଶେଷଜ୍ଞ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.