ETV Bharat / state

ଯାଜପୁର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି: କଳିଙ୍ଗନଗର ଶିଳ୍ପାଞ୍ଚଳ, କଳାପଥର ସୈରାତ ଅଞ୍ଚଳରେ ସମୀକ୍ଷା

author img

By ETV Bharat Odisha Team

Published : Oct 18, 2023, 8:02 AM IST

Updated : Oct 18, 2023, 2:24 PM IST

ଓଡିଶା ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ, କଳାପଥର ସୈରାତ ଭଳି ଅଞ୍ଚଳ ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ । ଅଧିକ ପଢନ୍ତୁ

ଯାଜପୁର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି
ଯାଜପୁର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି

ଯାଜପୁର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି

ଯାଜପୁର: ଯାଜପୁର ଗସ୍ତରେ ଓଡ଼ିଶା ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି । କମିଟିର ଅଧ୍ୟକ୍ଷ ମୋହନ ମାଝିଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ ଯାଜପୁରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଆଉ ମଧ୍ୟ ଏନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କମିଟି ପକ୍ଷରୁ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବା ସହ ବେଆଇନ ଖନନରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ସୂର୍ଯ୍ୟ ମନ୍ଦିର ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ପରୀକ୍ଷା ଆରମ୍ଭ

ଯାଜପୁର ଜିଲ୍ଲା ଗସ୍ତରେ ଓଡିଶା ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି । କମିଟିର ଅଧ୍ୟକ୍ଷ ମୋହନ ମାଝିଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍‌ ଯାଜପୁରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୟରେ ଧର୍ମଶାଳା ତହସିଲ ଅଧୀନ ଚଢ଼େଇଧରା ଠାରେ ଥିବା କଳାପଥର ସୈରାତରେ ପହଞ୍ଚି ସ୍ଥିତି ପରଖିଥିଲେ । ବର୍ଷବର୍ଷ ଧରି ନିୟମ ଉଂଲ୍ଲଘନ କରି କଳାପଥର ଖଦାନରୁ ଅଧିକ ପରିମାଣରେ କଳାପଥର ଖନନ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ନେଇ ବାରମ୍ବାର ଅଭିଯୋଗ ପାଇବା ପରେ ବିଧାନସଭା ପବ୍ଲିକ୍‌ ଆକାଉଣ୍ଟ କମିଟି ପକ୍ଷରୁ ସୈରାତ ଗୁଡ଼ିକର ସ୍ଥିତି ପରଖିଥିଲେ ।

ସ୍ଥିତି ପରଖିବା ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କମିଟି ମେମ୍ୱର । କମିଟି ପକ୍ଷରୁ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବା ସହ ବେଆଇନ ଖନନରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ପାଇଁ ଦାବି କରାଯିବ ବୋଲି କୁହାଯାଇଛି । ବିଶେଷ ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥରଖାଦାନ ଉପରେ 2ଶହ 99 କୋଟି ଟଙ୍କା ଫାଇନ ହୋଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଟଙ୍କା ଆଦାୟ ହେଉନଥିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କମିଟିର ଅଧ୍ୟକ୍ଷ ମୋହନ ମାଝୀ ।

ଏହାମଧ୍ୟ ପଢନ୍ତୁ..ବିପଦ ସଙ୍କୁଳ ଅବସ୍ଥାରେ ମାନପୁର ଓଭବ୍ରିଜ ! ଅଧାପନ୍ତରିଆ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି

ସେହିପରି ମଙ୍ଗଳବାର ଅପରାହ୍ନରେ କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କାରଖାନା ବୁଲି ସ୍ଥିତି ପରଖିଥିଲେ ମୋହନ ମାଝି । କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ କରି ମିଶ୍ରିଲାଲ୍ ଫେରୋଆଲଏଜ୍ ଓ ଦୀନବନ୍ଧୁ ଷ୍ଟିଲ କାରଖାନାକୁ ଯାଇ ଉଭୟ ପ୍ଲାଣ୍ଟର ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ପ୍ରଦୂଷଣ ରୋକିବା ପାଇଁ ଥିବା ନିୟମ ସଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ପରିଶେଷରେ ବ୍ୟାସନଗର ସହର ସ୍ଥିତ ଓଏମ୍‌ସି କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲା ପବ୍ଲିକ ଆକାଉଣ୍ଟ କମିଟି । ଏହି କମିଟିରେ ବିଧାୟକ ନାଉରୀ ନାୟକ ଓ ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ସାମିଲ ଅଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated :Oct 18, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.