ETV Bharat / state

ବରଗଡରେ ପନିପରିବା ଦର ଆକାଶଛୁଆଁ, କିଣିବା କଷ୍ଟକର

author img

By

Published : Oct 9, 2020, 10:06 PM IST

ବରଗଡରେ ପନିପରିବା ଦର ଆକାଶ ଛୁଆଁ , କିଣିବା ହେଉଛି କଷ୍ଟକର
ବରଗଡରେ ପନିପରିବା ଦର ଆକାଶ ଛୁଆଁ , କିଣିବା ହେଉଛି କଷ୍ଟକର

ବରଗଡରେ ପନିପରିବା ଦର ଆକାଶ ଛୁଆଁ । ମହାମାରୀ ପାଇଁ ପନିପରିବା ପୂର୍ବଭଳି ଆଉ ବିକ୍ରି ହେଉନଥିବାରୁ ଚାଷୀ କ୍ଷତିରେ ପଡୁଥିବା ବେଳେ ହଠାତ ଲଘୁଚାପ ଜନିତ ବର୍ଷା କାରଣରୁ ଏବେ ଫସଲ ନଷ୍ଟ ପୁଣି ପନିପରିବା ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି | ଅଧିକ ପଢନ୍ତୁ...

ବରଗଡ: ବରଗଡରେ ପନିପରିବା ଦର ଆକାଶ ଛୁଆଁ । ଅଦିନିଆ ବର୍ଷା ଉଜାଡିଆ ଦେଇଛି ବରଗଡର ପନିପରିବା ଚାଷୀଙ୍କ ଫସଲ | ମହାମାରୀ ପାଇଁ ପନିପରିବା ପୂର୍ବଭଳି ଆଉ ବିକ୍ରି ହେଉନଥିବାରୁ ଚାଷୀ କ୍ଷତିରେ ପଡୁଥିବା ବେଳେ ହଠାତ ଲଘୁଚାପ ଜନିତ ବର୍ଷା କାରଣରୁ ଏବେ ଫସଲ ନଷ୍ଟ ପୁଣି ପନିପରିବା ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି |

ବରଗଡରେ ପନିପରିବା ଦର ଆକାଶ ଛୁଆଁ , କିଣିବା ହେଉଛି କଷ୍ଟକର

ବରଗଡ ସହରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି | ମହାମାରୀ ସମୟରେ ସରକାର ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗେଇ ଦେଉଥିବା ବେଳେ କିନ୍ତୁ ମଧ୍ୟବିତ୍ତ ପରିବାର କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି ଅନ୍ୟପଟେ ବଜାରରେ ପନିପରିବା ସହିତ ନିହାତି ଜରୁରୀ ଆଳୁ ଓ ପିଆଜର ଆକାଶ ଛୁଆଁ ଦର ଖୁବ ବାଧିକାର ହେଉଛି | ଲଘୁଚାପ ଜନିତ ବର୍ଷା କାରଣରୁ ବାଇଗଣ , ମାଖନ , ତମାଟୋ , ଆଳୁ ପରି ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି | ପନିପରିବା ନିଅଣ୍ଟ କାରଣରୁ ଆଗକୁ ପନିପରିବାର ଦର ଆହୁରି ବଡିବାର ସମ୍ଭାବନା ରହିଛି | ବର୍ତମାନର ଲଘୁଚାପ ଚାଷୀ ଏବଂ ଖାଉଟି ଉଭଯଙ୍କୁ ଚିନ୍ତାରେ ପକାଇଦେଇଛି |

ବେପାରୀ ମାନେ ନାନା ବାହାନାରେ ଦର ବୃଦ୍ଧି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଆଳୁ ଓ ପିଆଜ ଦର ଉପରେ ନିୟନ୍ତ୍ରଣ କରିପାରୁନାହାନ୍ତି । ଯାହାଫଳରେ ବାଧ୍ୟ ହୋଇ ଲୋକେ ମାତ୍ରାଧିକ ଦରରେ କିଣୁଛନ୍ତି ଆଳୁ ପିଆଜ | ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଳୁ ଓ ପିଆଜ ଜନସାଧାରଣଙ୍କୁ ଉଚିତ ମୂଲ୍ୟରେ ଯୋଗେଇ ଦିଆଗଲେ ବହୁ ଲୋକେ ଉପକୃତ ହୋଇପାରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.