ETV Bharat / state

ତିନି ଲକ୍ଷ 33 ହଜାର ନକଲି ଟଙ୍କା ଜବତ, ୬ ଅଭିଯୁକ୍ତ ଗିରଫ

author img

By

Published : Mar 23, 2021, 9:10 AM IST

ବରଗଡରେ ନକଲି ଟଙ୍କା ସହ ୬ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ତିନି ଲକ୍ଷ ୩୩ ହଜାର ଟଙ୍କା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

six accused arrested with fake money in bargarh
ତିନି ଲକ୍ଷ 33 ହଜାର ନକଲି ଟଙ୍କା ସହ ୬ ଅଭିଯୁକ୍ତ ଗିରଫ

ବରଗଡ: ପୋଲିସର ବଡ ସଫଳତା ଲକ୍ଷାଧିକ ନକଲି ଟଙ୍କା ସହ ୬ ଅଭିଯୁକ୍ତକୁ ଗିରଫ । ପୋଲିସ ଅଭିଯୁକ୍ତଙ୍କ ନେଇ ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି।

ତିନି ଲକ୍ଷ 33 ହଜାର ନକଲି ଟଙ୍କା ସହ ୬ ଅଭିଯୁକ୍ତ ଗିରଫ

ସୂଚନାଅନୁଯାୟୀ ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନସ୍ଥ ଇଚ୍ଛାପାଲି ନିକଟରେ ବରଗଡ଼ ସହରର ଜଣେ ଛେଳି ବେପାରୀଙ୍କୁ ଡକାୟତି କରିବା ଫଳରେ ଫିଟିଲା ଗୁମର । ମହମ୍ମଦ ମୋସିମ ନାମକ ଜଣେ ବେପାରୀଙ୍କୁ ରାସ୍ତାରେ ଡକାୟତି କରିଥିଲେ । ସେହି ମାମଲା ଆଧାରରେ ତଦନ୍ତ କରି ଅସଲି ତିନି ଲକ୍ଷ ୩୩ ହଜାର ଟଙ୍କା, ଗୋଟିଏ ବନ୍ଧୁକ, ଗୋଟେ ଛୁରୀ, ଗୋଟେ ଲାଠି, ଗୋଟେ ପଲସର ଗାଡି ଏବଂ ନକଲି ୩୩ ହଜାର ୫୦୦ ଟଙ୍କା ଜବତ କରିଛି ପୋଲିସ ।

ଏହି ନକଲି ଟଙ୍କା ଉତ୍ତରପ୍ରଦେଶରୁ ଆସିଥିବା ଅଭିଯୁକ୍ତ ମାନେ ବୟାନ ଦେଇଛନ୍ତି । ବୟାନକୁ ଆଧାର କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.