ETV Bharat / state

କରୋନା ଭାଇରସ ପ୍ରତିଷେଧକ ବିକ୍ରି ନେଇ ଗୁଜବ

author img

By

Published : Mar 20, 2020, 9:22 PM IST

Updated : Mar 20, 2020, 10:40 PM IST

Rumors of the sale of the corona virus vaccine
କରୋନା ଭାଇରସ ପ୍ରତିଷେଧକ ବିକ୍ରି ନେଇ ଗୁଜବ

ବିଶ୍ବକୁ କରୋନା ଭୂତାଣୁ ଆତଙ୍କିତ କରିଥିବାବେଳେ ବଜାରରେ ମାସ୍କ, ସାନିଟାଇଜର, ହାଣ୍ଡୱାସ ଆଦିର ଚାହିଦା ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଏମିତି ସ୍ଥିତିରେ ବରଗଡର ଗୋଟିଏ ଔଷଧ ଦୋକାନରେ କରୋନା ଭୂତାଣୁର ପ୍ରତିଷେଧକ ମିଳୁଥିବାର ବ୍ୟାନର ଲଗାଯାଇଥିବା ନଜର ଆସିଛି । ଅଧିକ ପଢନ୍ତୁ...

ବରଗଡ: ବିଶ୍ବକୁ କରୋନା ଭୂତାଣୁ ଆତଙ୍କିତ କରିଥିବାବେଳେ ବଜାରରେ ମାସ୍କ, ସାନିଟାଇଜର, ହାଣ୍ଡୱାସ ଆଦିର ଚାହିଦା ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଏମିତି ସ୍ଥିତିରେ ଏବେ ଏହାର କଳାବଜାରୀ ଆରମ୍ଭ ହୋଇଯାଇଛି । କିଛି ଲୋକ ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ଚଢା ଦରରେ ଏସବୁ ଜିନିଷ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ବାଟ ଖୋଜି ନେଉଛନ୍ତି । କିନ୍ତୁ ବରଗଡର ଗୋଟିଏ ଔଷଧ ଦୋକାନରେ କରୋନା ଭୂତାଣୁର ପ୍ରତିଷେଧକ ମିଳୁଥିବାର ବ୍ୟାନର ଲଗାଯାଇଥିବା ନଜର ଆସିଛି ।

ନୋବେଲ କରୋନା ବା 'Covid- 19' ଭାଇରସ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ବା ଔଷଧ ପ୍ରାମାଣିକ ଭାବରେ ନିର୍ମାଣ କରାଯାଇନାହିଁ । ଏପରିକି ଏହା ଉପରେ ପ୍ରତିଷେଧକ ଭାବରେ କୌଣସି ପରୀକ୍ଷଣ ସଫଳ ମଧ୍ୟ ହୋଇନାହିଁ । ତେବେ ଏମିତି ସ୍ଥିତିରେ କରୋନା ଭାଇରସର ପ୍ରତିଷେଧକ ବ୍ୟାନର ଲଗାଇ ବରଗଡବାସୀଙ୍କୁ ଭ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି ।

କରୋନା ଭାଇରସ ପ୍ରତିଷେଧକ ବିକ୍ରି ନେଇ ଗୁଜବ

ସେପଟେ ଥଣ୍ଡା ଜ୍ବର ପ୍ରଭାବରେ କରୋନା ହେଉଥିବା ବେଳେ ଥଣ୍ଡା ଜ୍ବର ନହେବାକୁ ମେଡିସିନ ବିକ୍ରି କରାଯାଉଛି । କିନ୍ତୁ ଏହାକୁ ଖାଇବା ପରେ ଲୋକେ ଆଉ କରୋନାରେ ଆକ୍ରାନ୍ତ ହେବେ ନାହିଁ ବୋଲି ତାହାର କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବନାହିଁ ବୋଲି କହିଛନ୍ତି ଉକ୍ତ ଦୋକାନୀ । ଅନ୍ୟପଟେ ଖୋଦ ଦୋକାନୀ ନିଜ ଦୋକାନରେ ଏହି ବ୍ୟାନରଟି ଲଗାଇ ଥିବାବେଳେ ଓଲଟା ଲୋକେ ଏହାକୁ ଗୁଜବ କରୁଛନ୍ତି ବୋଲି କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :Mar 20, 2020, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.