ETV Bharat / state

କୋରୋନା କାଳରେ ଚାଷୀଙ୍କୁ କାଳିଆ ମାଡ, ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ

author img

By

Published : Aug 1, 2020, 9:48 PM IST

କୋରୋନା କାଳରେ ଚାଷୀଙ୍କୁ କାଳିଆ ମାଡ, ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ
କୋରୋନା କାଳରେ ଚାଷୀଙ୍କୁ କାଳିଆ ମାଡ, ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ

ନିର୍ବାଚନ ସମୟରେ ଚାଷୀଙ୍କୁ ପ୍ରଭାବିତ କରିବା ପାଇଁ କାଳିଆ ଯୋଜନା ଆରମ୍ଭ କରି ଲକ୍ଷ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ଏବେ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ କହି ଲକ୍ଷାଧିକ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ ଜାରି କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ।

ବରଗଡ: କୋରୋନା କାଳରେ ଚାଷୀଙ୍କୁ କାଳିଆ ମାଡ । ଏନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ।

ନିର୍ବାଚନ ସମୟରେ ଚାଷୀଙ୍କୁ ପ୍ରଭାବିତ କରିବା ପାଇଁ କାଳିଆ ଯୋଜନା ଆରମ୍ଭ କରି ଲକ୍ଷ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ଏବେ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ କହି ଲକ୍ଷାଧିକ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ ଜାରି କରିଛନ୍ତି । ତେଣୁ ଯେଉଁ ଅଧିକାରୀମାନେ ହିତାଧିକାରୀ ଚୟନ କରିଛନ୍ତି ସେମାନଙ୍କ ଠାରୁ କାଳିଆ ଟଙ୍କା ବସୁଲି କରାଯାଉ ବୋଲି କହିଛନ୍ତି କହିଛନ୍ତି ପ୍ରଦୀପ ପୁରୋହିତ ।

କୋରୋନା କାଳରେ ଚାଷୀଙ୍କୁ କାଳିଆ ମାଡ, ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ

ତେବେ ବରଗଡ ଜିଲ୍ଲା କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବହୁ ଚାଷୀ କାଳିଆ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିଲେ । ନିର୍ବାଚନ ପୂର୍ବରୁ କିନ୍ତୁ ଏବେ ସରକାର ଚାଷୀଙ୍କୁ ଦେଇଥିବା କାଳିଆ ଯୋଜନାର ଅର୍ଥ ଫେରସ୍ତ କରିବାକୁ ଚାଷୀଙ୍କୁ ନୋଟିସ ଦେଇଛନ୍ତି ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଏପରି ଘଟଣାକୁ ନିନ୍ଦା କରାଯିବ ସହିତ ସରକାରଙ୍କ ଅଜବ ନୀତିକୁ ଆକ୍ଷେପ କରିଛନ୍ତି । ତେବେ କାଳିଆ ଯୋଜନାର ଅନ୍ତର୍ଭୁକ୍ତ ନହୋଇ ମଧ୍ୟ କାଳିଆ ଟଙ୍କା ନପାଇ ମଧ୍ୟ କେତେକ ଚାଷୀଙ୍କ ନିକଟକୁ ସରକାରଙ୍କ ଟଙ୍କା ଫେରସ୍ତ ନୋଟିସ ପହଞ୍ଚିବା ଅତି ଦୁର୍ଭାଗ୍ୟଜନକ ବୋଲି ପ୍ରଦୀପ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.