ETV Bharat / state

Padmapur By Poll: ବିଜୟ ନେଇ ସବୁ ଦଳର ଦାବି, ଦାମ ବି କଲେ ଭବିଷ୍ୟବାଣୀ

author img

By

Published : Dec 6, 2022, 6:51 PM IST

Etv Bharat
Etv Bharat

ଦାମୋଦର ରାଉତ କହିଛନ୍ତି, "ପଦ୍ମପୁରରେ ବିଜେଡିକୁ ପୂର୍ଣ୍ଣ ବହୁମତ ମିଳିବ । ଅର୍ଥାତ ବର୍ଷା ସିଂ ବରିହା ବିଜୟୀ ହେବେ । କାରଣ ଲୋକ ସେହି ନେତାଙ୍କୁ ଭୋଟ ଦେବେ ଯାହା ଦ୍ବାରା ତାଙ୍କର କାମ ହେବ । ନବୀନଙ୍କ ଭାବମୂର୍ତ୍ତି ଏବଂ ବିଜେଡି କ୍ଷମତାରେ ରହିବା ଦ୍ବାରା ଲୋକଙ୍କ ଆସ୍ଥା ବିଜେଡି ଆଡକୁ ଯାଇଛି ।" ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁର (Padmapur By Poll) ରେ ପଡିସାରିଛି ଭୋଟ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ଏବେ ବଡ ପ୍ରଶ୍ନ କିଏ ଜିତିବ ପଦ୍ମପୁର ବାଜି । ପଦ୍ମପୁର ପାଇଁ ଚାଲିଥିବା ସ୍ବାଭିମାନର ଏହି ଲଢେଇରେ ଭୋଟ ପ୍ରତିଶତ ଅଧିକ ରହିଛି । ଅର୍ଥାତ 81 ପ୍ରତିଶତ ଉପରେ ହୋଇଛି ମତଦାନ । ବଡ କଥା ହେଲା ପଦ୍ମପୁରବାସୀ କାହାକୁ ଭୋଟ ଦେଇଛନ୍ତି । ବିଜେଡି, ବିଜେପି ନା କଂଗ୍ରେସ ? ଏହି ଚର୍ଚ୍ଚା ମଧ୍ୟରେ ଆଜି ବରିଷ୍ଠ ରାଜନେତା ଦାମୋଦର ରାଉତ ଏନେଇ ବଡ ଭବିଷ୍ୟବାଣୀ କରିଛନ୍ତି ।

Padmapur By Poll: ବିଜୟକୁ ନେଇ ସବୁ ଦଳର ଦାବି, ଦାମ ବି କଲେ ଭବିଷ୍ୟବାଣୀ

ଏହାବି ପଢନ୍ତୁ- Padampur bypoll: ପଦ୍ମପୁର ଉପନିର୍ବାଚନରେ 81.29% ମତଦାନ

ଦାମୋଦର ରାଉତ କହିଛନ୍ତି ପଦ୍ମପୁରରେ ବିଜେଡିକୁ ପୂର୍ଣ୍ଣ ବହୁମତ ମିଳିବ । ଅର୍ଥାତ ବର୍ଷା ସିଂ ବରିହା ବିଜୟୀ ହେବେ । କାରଣ ଲୋକ ସେହି ନେତାଙ୍କୁ ଭୋଟ ଦେବେ ଯାହା ଦ୍ବାରା ତାଙ୍କର କାମ ହେବ । ନବୀନଙ୍କ ଭାବମୂର୍ତ୍ତି ଏବଂ ବିଜେଡି କ୍ଷମତାରେ ରହିବା ଦ୍ବାରା ଲୋକଙ୍କ ଆସ୍ଥା ବିଜେଡି ଆଡକୁ ଯାଇଛି । ତେଣୁ ପଦ୍ମପୁରରେ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ଅଧିକ ଜନସମର୍ଥନ ପାଇବ । ତେଣୁ ବିଜେଡି ହିଁ ଜିତିବ ବୋଲି କହିଛନ୍ତି ଦାମ ।

ସେପଟେ କଂଗ୍ରେସର ଭେଟେରାନ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ଅର୍ଥବଳ ଓ କ୍ଷମତା ଯାହା ପାଖରେ ରହିଛି ସେ ହିଁ ନିର୍ବାଚନ ଜିତିବ । ପଦ୍ମପୁର ଉପନିର୍ବାଚନରେ ଯିଏ ଅର୍ଥର ପ୍ରୟୋଗ କରିଛି । ଯାହା ପାଖରେ କ୍ଷମତା ରହିଛି ସେହିଁ ବିଜୟ ମୁକୁଟ ପିନ୍ଧିବ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଲୋକପ୍ରିୟତା ଥିଲେ ସୁଦ୍ଧା ନିର୍ବାଚନୀ ବୈତରଣୀ ପାର ହେବା ଏତେଟା ସହଜ ହେବନି । ଅର୍ଥାତ ଜିତିବା ସହଜ କଥା ନୁହେଁ । ଅଧିକ ପ୍ରତିଶତ ମତଦାନ ହେବା ଅର୍ଥ ଭୋଟ ଶାସକ ଦଳ ଆଡକୁ ଯିବା କଥା । କିନ୍ତୁ ପଦ୍ମପୁରରେ ସେପରି ହୋଇନପାରେ ।"

ଏହାବି ପଢନ୍ତୁ- Padmapur By Poll: ରେକର୍ଡ ଭୋଟିଂ, EVMରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ସେହିପରି ଧାମନଗର ବିଜୟୀ ପରେ ଆତ୍ମବିଶ୍ବାସରେ ଥିବା ବିଜେପି କହିଛି, ପଦ୍ମପୁରରେ ବିଜେପି ବିଜୟୀ ହେବ । ଦଳ 10 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ । ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଧାମନଗରରେ ମଧ୍ୟ ଜିତିବ ବୋଲି କହୁଥିଲା ବିଜେଡି । ଯେଉଁଠି ସରକାର ବିରୋଧୀ ଭୋଟ ଅଧିକ ଥାଏ ସେଠାରେ ଭୋଟିଂ ପରିମାଣ ଅଧିକ ହୁଏ । ନିର୍ବାଚନ ହେଉ ବା ଉପନିର୍ବାଚନ ହେଉ। ତା ପୂର୍ବବର୍ତ୍ତୀ ନିର୍ବାଚନରୁ ଅଧିକ ଆସିଲେ ସରକାର ବିରୋଧରେ ଯାଏ । ପଦ୍ମପୁରରେ ଦିବଙ୍ଗତ ବିଧାୟକ ଏବଂ ବିଜେଡି ବିରୋଧରେ ବ୍ୟାପକ ଜନ ଅସନ୍ତୋଷ ଥିଲା । ତେଣୁ ବିଜେପି ବିଜୟୀ ହେବ ।

ଏହାବି ପଢନ୍ତୁ- ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: 30 ମିନିଟ୍ ସମୟ ଦିଅ ମୁଖା ଖୋଲିଦେବି

ଅନ୍ୟପଟେ ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପଦ୍ମପୁରରେ ବିଜୁ ଜନତା ଦଳ ବିଜୟୀ ହେବ । 2019 ରେ ବିଜେଡିର ବିଜୟ ମାର୍ଜିନ 5 ହଜାରୁ ଅଧିକ ଥିଲା । ଏଥର ତାହା ଦ୍ବିଗୁଣିତ ହେବ । ଆମେ ବିଜୟ ମାର୍ଜିନରେ ଆଗରେ ଥିଲୁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ଦଳ ଆହୁରି ଶକ୍ତିଶାଳୀ ହେଲା । ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦେବୀ ମିଶ୍ର ।

ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, ପଦ୍ମପୁରରେ ଜୋରଦାର ଲଢେଇ ହେବ । ଏହି ଲଢେଇରେ କଂଗ୍ରେସ ରହିବାର ପ୍ରଶ୍ନ ଉଠୁନାହିଁ । ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହୋଇଛି । ଅଳ୍ପ ଭୋଟ ବ୍ୟବଧାନରେ ହାରଜିତ ହେବ । ସ୍ପଷ୍ଟ ଭାବେ କିଏ ଜିତିବ କହିନଥିଲେ ବି ତାଙ୍କର ଇସାରା ଥିଲା ଦ୍ବିମୁଖୀ ଲଢେଇ ହୋଇଛି । ତେଣୁ ଧାମନଗର ଫଳାଫଳ କଣ ହେବ ଏବେ ଭୋଟ ଗଣତି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.