ETV Bharat / state

Padmapur By Poll: ରେକର୍ଡ ଭୋଟିଂ, EVMରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Dec 5, 2022, 8:43 PM IST

Padmapur By Poll: ରେକର୍ଡ ଭୋଟିଂ, EVM ରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ
Padmapur By Poll: ରେକର୍ଡ ଭୋଟିଂ, EVM ରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଶେଷ ହେଲା ପଦ୍ମପୁର ଉପନିର୍ବାଚନ (Padampur Bypoll) ମତଦାନ । ଇଭିଏମରେ ସିଲ ନେତାଙ୍କ ଭାଗ୍ୟ । ସକାଳ 7 ଟାରୁ କଡା ସୁରକ୍ଷା ବଳୟରେ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା 6 ଟା ଯାଏଁ ଚାଲିଥିଲା । ଗଣତନ୍ତ୍ରର ଏହି ମହାନପର୍ବରେ ସାମିଲ ହେବାକୁ ପଦ୍ମପୁର ଭୋଟରଙ୍କ ମଧ୍ୟରେ ଉତ୍ସାହ ବାରି ହୋଇପଡୁଥିଲା । ଅଧିକ ପଢନ୍ତୁ

ପଦ୍ମପୁର/ବରଗଡ: ଶେଷ ହେଲା ପଦ୍ମପୁର ଉପନିର୍ବାଚନ (Padampur Bypoll) ମତଦାନ । ଇଭିଏମରେ ସିଲ ନେତାଙ୍କ ଭାଗ୍ୟ । ସକାଳ 7 ଟାରୁ କଡା ସୁରକ୍ଷା ବଳୟରେ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା 6 ଟା ଯାଏଁ ଚାଲିଥିଲା । ଅପରାହ୍ନ 4 ଟାରେ ଭୋଟଦାନ ଶେଷ ହେବାକୁ ଥିଲେ ହେଁ, ବହୁ ଭୋଟର ଲାଇନରେ ଥିବାରୁ 89 ଟି ବୁଥରେ ସଂଧ୍ୟା ଯାଏଁ ଭୋଟିଂ ହୋଇଥିଲା । ଗଣତନ୍ତ୍ରର ଏହି ମହାନପର୍ବରେ ସାମିଲ ହେବାକୁ ପଦ୍ମପୁର ଭୋଟରଙ୍କ ମଧ୍ୟରେ ଉତ୍ସାହ ବାରି ହୋଇପଡୁଥିଲା । ଭୋଟର ବହୁ ସଂଖ୍ୟାରେ ଆସି ନିଜ ନିଜ ଭୋଟ ଦେଇଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇକମାଳରେ ଭୋଟ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାଣ୍ଡସିଲରେ ଏବଂ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ପଦମପୁରରେ ମତ ସାବ୍ୟସ୍ତ କରିଥିଲେ । ସକାଳ 9ଟା ସୁଦ୍ଧା 8.5 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଅପରାହ୍ନ 3 ଟା ସୁଦ୍ଧା 65.28 ପ୍ରତିଶତ ମଦଦାନ ହୋଇଥିଲା । ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନ ପାଇଁ କେନ୍ଦ୍ରୀୟ ଫୋର୍ସ ସହ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଥିଲା । କାଁ ଭାଁ ବିଶୃଙ୍ଖଳାକୁ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି । ତେବେ ପଦ୍ମପୁରରେ ସନ୍ଧ୍ୟା 5ଟା ସୁଦ୍ଧା 75.89 ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି ।

Padmapur By Poll: ରେକର୍ଡ ଭୋଟିଂ, EVM ରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଏହାବି ପଢନ୍ତୁ- Gujarat Poll: ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରି ଭାବବିହ୍ୱଳ ବଡ ଭାଇ, ଦେଲେ ଏମିତି ଉପଦେଶ

ସେପଟେ ଭୋଟ ବେଳେ ଭୋଟରଙ୍କୁ ଟଙ୍କା ବଣ୍ଟନକୁ ନେଇ ବେଶ ଚର୍ଚ୍ଚାରେ ଥିଲା ପଦ୍ମମପୁର । ସ୍ଥାନୀୟ ପୁରେନା ଗାଁ ବବିଜୁରୀ 189 ନମ୍ବର ବୁଥରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଭୋଟରମାନଙ୍କୁ ଟଙ୍କା ଦେଇ କିଛି ଲୋକ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏସଡିପିଓ ଘଟଣା ସ୍ଥଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ସେହିପରି 8ଟି ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା । ତୁରନ୍ତ ଏଭିଏମ ପରିବର୍ତ୍ତନ କରାଯାଇଥିଲା । ତେବେ ମତଦାନ ହାର ବଢିବା ସହ ଭୋଟର ଉତ୍ସାହର ସହ ଭୋଟ ଦେଇଥିବାରୁ, ପଦମପୁର ଜନତା ସଠିକ ନେତାଙ୍କୁ ବାଛିଥିବେ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।

ପଦ୍ମପୁର ଉପନିର୍ବାଚନ ପାଇଁ ୭୧ଟି ବୁଥରେ ଚାଲିଥିଲା ମତଦାନ । ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଛି । ସଂଧ୍ୟା 4 ଟା ସୁଦ୍ଧା ମତଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଲମ୍ବା ସଂଖ୍ୟାରେ ଭୋଟର ଲାଇନରେ ଥିବାରୁ ସଂଧ୍ୟା ଯାଏଁ ଭୋଟଦାନ କରିଥିଲେ ଭୋଟର । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୀଷା ବାନାର୍ଜୀ । ତେବେ କାଁଭା କିଛି ବିଶୃଙ୍ଖଳାକୁ ଛାଡିଦେଲେ ଶୃଙ୍ଖଳାର ସହ ମତଦାନ ହୋଇଥିଲା । ନିର୍ବାଚନ ପରିଚାଳନା ପାଇଁ ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ମୁତୟନ ହୋଇଥିଲେ । ଚଳିତ ଉପନିର୍ବାଚନରେ ପଦ୍ମପୁର ଭୋଟର ରେକର୍ଡ ସଂଖ୍ୟାରେ ମତଦାନ କରିଛନ୍ତି। ଆସନ୍ତା 8 ତାରିଖ ସ୍ପଷ୍ଟ ହେବ ପଦ୍ମପୁରରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ କି ହାତ ଉଠିବ ।

ଏହାବି ପଢନ୍ତୁ- G20 All party Meeting: ଦିଲ୍ଲୀରେ ପହଞ୍ଚିଲେ ନବୀନ, କହିଲେ କୋଣାର୍କରେ କାର୍ଯ୍ୟକ୍ରମ ପାଇଁ ରଖିବି ପ୍ରସ୍ତାବ

ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଓ ବିଜେଡିରୁ ବର୍ଷା ସିଂ ବରିହା ପ୍ରତିଦ୍ବନ୍ଦିତା କରୁଛନ୍ତି । ଆସନ୍ତା 8 ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

ପଦ୍ମପୁର ବରଗଡରୁ ରାଜେଶ ସରାଫ, ଭୁବନେଶ୍ବରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.