ETV Bharat / bharat

G20 All party Meeting: ଦିଲ୍ଲୀରେ ପହଞ୍ଚିଲେ ନବୀନ, କହିଲେ କୋଣାର୍କରେ କାର୍ଯ୍ୟକ୍ରମ ପାଇଁ ରଖିବି ପ୍ରସ୍ତାବ

author img

By

Published : Dec 5, 2022, 5:23 PM IST

Updated : Dec 5, 2022, 9:07 PM IST

ଜି-20 ସମ୍ମିଳନୀ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଲେ ନବୀନ (CM Naveen Patnaik attend all party meeting on G20)। ଉଠାଇବେ କୋଣାର୍କରେ କାର୍ଯ୍ୟକ୍ରମ ସୂଚୀ ରଖିବାର ପ୍ରସ୍ତାବ ! ଅଧିକ ପଢନ୍ତୁ

G20 All party meeting: ଯୋଗ ଦେବା ପାଇଁ ଦିଲ୍ଲୀ ଗସ୍ତରେ ନବୀନ
G20 All party meeting: ଯୋଗ ଦେବା ପାଇଁ ଦିଲ୍ଲୀ ଗସ୍ତରେ ନବୀନ

ହାଇଦ୍ରାବାଦ: ଜି20 ସମ୍ମିଳନୀ ପାଇଁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik to attend all party meeting on G20)। ସଂଧ୍ୟାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସାମିଲ ହେବା ପାଇଁ ନବୀନ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଦିଲ୍ଲୀରେ ପହଞ୍ଚି ନବୀନ କହିଛନ୍ତି, "ଏହି ସ୍ୱତନ୍ତ୍ର ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟାରେ ଭାରତରେ ଜି20 ଅଧ୍ୟକ୍ଷତା ବୈଠକ ବସିବ । ମୁଁ ଏହି ବୈଠକରେ ସାମିଲ ହେବାକୁ ଆସିଛି ।" ତେବେ ଜି20 ଅଧ୍ୟକ୍ଷତା ଏଜେଣ୍ଡାରେ କୋଣାର୍କକୁ ସ୍ଥାନ ମିଳିବ ବୋଲି ଆଶା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ତେବେ ଦେଶର ଭିନ୍ନ ଭିନ୍ନ ଐତିହ ସମ୍ପନ୍ନ ସହରରେ ଜି-20 ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ର ସରକାର ବିଚାର ମିମର୍ଶ ଜାରି ରଖିଛନ୍ତି । ତେବେ ଏହି ତାଲିକାରେ ସୂର୍ଯ୍ୟମନ୍ଦିର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କକୁ ସାମିଲ କରିବା ପାଇଁ ନବୀନ ପ୍ରସ୍ତାବ ମଧ୍ୟ ରଖିବା ନେଇ ସଙ୍କେତ ଦେଇଛନ୍ତି (CM Naveen Patnaik attend all party meeting on G20)।

ଚଳିତ ମାସ ପହିଲା (ଡିସେମ୍ବର 1) ରୁ ଭାରତ ଏହି ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି । ଚଳିତ ଥରର ଆୟୋଜନ ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଦେଶର ବିଭିନ୍ନ ସହରରେ ଏହି ସମ୍ମୀଳନୀର କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ ସହ ପରିଚିତ ହୋଇପାରିବେ ବୋଲି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି ।

ଏହି ଶିଖର ସମ୍ମିଳନୀ (G20)ରେ ବ୍ରିଟେନ, ଆମେରିକା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ ଏବଂ ୟୁରୋପୀୟ ୟୁନିଅନ ସଦସ୍ୟ ଭାବେ ରହିଛନ୍ତି । ଚଳିତ ସଂସ୍କରଣ ଇଣ୍ଡୋନେସିଆର ବାଲିରେ ଆୟୋଜିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ବାଲି ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2022, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.