ETV Bharat / state

ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: 30 ମିନିଟ୍ ସମୟ ଦିଅ ମୁଖା ଖୋଲିଦେବି

author img

By

Published : Dec 6, 2022, 12:49 PM IST

Updated : Dec 6, 2022, 3:17 PM IST

ରିମାଣ୍ଡରେ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ରିମାଣ୍ଡରେ ଯିବା ସମୟରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ନାଗ । ଅଧିକ ପଢ଼ନ୍ତୁ

Archana Nag taken on remand by ED
ଅର୍ଚ୍ଚନା ବିସ୍ଫୋରକ ବୟାନ: 30 ମିନିଟ୍ ସମୟ ଦିଅ ମୁଖା ଖୋଲିଦେବି

ଭୁବନେଶ୍ବର: ଲେଡି ବ୍ଲାକମେର ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ । " 30 ମିନିଟ୍ ସମୟ ଦିଅନ୍ତୁ, ସମସ୍ତଙ୍କ ମୁଖା ଖୋଲିଦେବି । ତଥ୍ୟ ପ୍ରମାଣ ସହ ସବୁ ଦେବି । ମୋତେ ଫସାଇ ଦିଆଯାଉଛି । ମୁଁ ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ, ସଠିକ ସମୟକୁ ଅପେକ୍ଷା କରିଛି । ଇଡିକୁ ତଦନ୍ତ କରିବାକୁ ଦିଅନ୍ତୁ । ମୁଁ ସବୁ ପ୍ରକାର ତଦନ୍ତରେ ସହଯୋଗ କରିବି । ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଇଛି । ଦୁଇ ଜଣ ମିଶି ମୋ ମୁଣ୍ଡରେ ଅଠା ବୋଳିଛନ୍ତି । ମୁଁ କାହାକୁ ଛାଡ଼ିବିନି ।" ଇଡି ରିମାଣ୍ଡ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବାବେଳେ ଆଜି ଏପରି କିଛି କହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ମୁଁ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: 30 ମିନିଟ୍ ସମୟ ଦିଅ ମୁଖା ଖୋଲିଦେବି

ଆଜିଠାରୁ 7 ଦିନିଆ ଇଡି ରିମାଣ୍ଡରେ ଯାଇଛନ୍ତି ଅର୍ଚ୍ଚନା । ରିମାଣ୍ଡ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବାବେଳେ ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 7 ଦିନିଆ ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ପଚରାଉଚରା କରିବ । ପୂର୍ବରୁ ଅନେକ ବ୍ୟକ୍ତି ଏହି ମାମଲା ନେଇ ଇଡି ଜେରାର ସାମ୍ନା କରିଛନ୍ତି । ଏହି ଘଟଣାରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟରେ ହାଜର ହେବା ସମୟରେ ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ED । ତେବେ ଆବେଦନ ଉପରେ ଶୁଣାଣି କରି ୭ ଦିନ‌ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଜେଲ୍‌ରେ ରିମାଣ୍ଡ ଅର୍ଡର ଦାଖଲ ପରେ ED କଷ୍ଟଡିକୁ ଅର୍ଚ୍ଚନା ଯାଇଛନ୍ତି । ତେବେ ଅର୍ଚ୍ଚନାଙ୍କ ପକ୍ଷରୁ ରିମାଣ୍ଡ ବେଳେ ତାଙ୍କ ସହ ତାଙ୍କ ଓକିଲ ଉପସ୍ଥିତ ରହିବେ ।

୧୯୭୮ ମସିହା ନନ୍ଦିନୀ ଶତପଥିଙ୍କ କେସ ଆଧାରରେ ଯୁକ୍ତି ରଖି ଅର୍ଚ୍ଚନାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ତାଙ୍କୁ ରିମାଣ୍ଡ ସମୟରେ ପାଖରେ ରହିବାକୁ ଅନୁମତି ମାଗିଥିଲେ ତାଙ୍କ ଓକିଲ ଜୟଦୀପ ପାଲ । ତେବେ ସୋମବାର ଲେଡି ବ୍ଲାକମେଲର ଅର୍ଚ୍ଚନା ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇଥିଲେ । ଏନେଇ ଝାରପଡା ଜେଲରୁ ସ୍ବତନ୍ତ୍ର ଏସକର୍ଟ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ସମୟରେ କାନ୍ଦି ପକାଇଥିଲେ ଅର୍ଚ୍ଚନା । ଜଜଙ୍କ ଆଗରେ ତାଙ୍କ କଥା ଶୁଣିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2022, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.