ETV Bharat / state

Padampur Result: 20 ରାଉଣ୍ଡ ସୁଦ୍ଧା ଆଗୁଆ BJD ପ୍ରାର୍ଥୀ ବର୍ଷା, 35296 ଲିଡ୍

author img

By

Published : Dec 8, 2022, 11:59 AM IST

Updated : Dec 8, 2022, 3:26 PM IST

ସପ୍ତମ ରାଉଣ୍ଡ ସୁଦ୍ଧା ଆଗୁଆ BJD ପ୍ରାର୍ଥୀ ବର୍ଷା
ସପ୍ତମ ରାଉଣ୍ଡ ସୁଦ୍ଧା ଆଗୁଆ BJD ପ୍ରାର୍ଥୀ ବର୍ଷା

ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । 35296 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା । ବିଜେଡି ପ୍ରାର୍ଥୀଙ୍କ ପଛକୁ 104183 ଖଣ୍ଡ ଭୋଟ ସହ ଦ୍ବିତୀୟରେ ଚାଲୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ବରଗଡ: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ । ଏଥିପାଇଁ କଡା ସୁରକ୍ଷା ଭିତରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । 20 ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା 104183 ଭୋଟ ପାଇ ଆଗୁଆ ରହିଛନ୍ତି (BJD candidate Leads in Padampur) । 35296 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା । ବିଜେଡି ପ୍ରାର୍ଥୀଙ୍କ ପଛକୁ 68887 ଖଣ୍ଡ ଭୋଟ ସହ ଦ୍ବିତୀୟରେ ଚାଲୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ଏବେ ଯାଏଁ 3210 ଖଣ୍ଡ ଭୋଟ ମିଳିଛି । ପଦ୍ମପୁରରେ ବିଜେଡିରେ ବିଜୟ ନେଇ ସଙ୍କେତ ମିଳିଛି । ବିଜେଡି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଛି ।

ସପ୍ତମ ରାଉଣ୍ଡ ସୁଦ୍ଧା ଆଗୁଆ BJD ପ୍ରାର୍ଥୀ ବର୍ଷା

ପଦ୍ମପୁର ଉପନିର୍ବାଚନରେ ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ ଭୋଟ ଗଣତି ଜାରି ରହିଛି । ସାଢେ଼ ଟାରୁ EVM ଗଣତି ହେଉଛି । ମୋଟ ୨୩ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ 3 ଜଣ ଷ୍ଟାଫ୍ ଓ ପର୍ଯ୍ୟବେକ୍ଷକ ଗଣତି ପ୍ରକ୍ରିୟାର ତଦାରଖ କରୁଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ସୁଧାରିବା ପାଇଁ ECIର ଟେକ୍ନିକାଲ ଟିମ୍ ରହିଛନ୍ତି । ଗଣତି କେନ୍ଦ୍ରକୁ ମୋବାଇଲ ମନା ନେବା ବାରଣ କରାଯାଇଛି । କେବଳ ତିନି ଜଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ ମୋବାଇଲ ନେଇପାରିବେ । ଭାରତୀୟ ନିର୍ବାଚନ କମିଶନ(ECI) ପୋର୍ଟାଲରେ ରେଜଲ୍ଟ ଅପଡେଟ୍ ହେବାର ବ୍ୟବସ୍ଥା ରହିଛି ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡିଥିଲା । ଏଥିପାଇଁ ଗତ ୫ ତାରିଖରେ ମତଦାନ ହୋଇଥିଲା । ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ସତ୍ୟଭୂଷଣ ଓ ଭାରତୀୟ ଜନତା ପାର୍ଟିର(BJP) ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମୈଦାନରେ ଅଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଏକପ୍ରକାର ପରାଜୟ ସ୍ବୀକାର କରିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି ।

ଇଟିିଭି ଭାରତ, ବରଗଡ

Last Updated :Dec 8, 2022, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.