ETV Bharat / state

ପୂର୍ବ ଶତ୍ରୁତାରୁ ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା !

author img

By

Published : Aug 8, 2020, 11:03 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ତୁମଗାଁରେ । ଅଧିକ ପଢନ୍ତୁ...

ବରଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ତୁମଗାଁରେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବର୍ଷେ ୯ ମାସର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

ଅଭିଯୋଗ ଅନୁଯାୟୀ ମିଲି ନିଜ ଛୋଟ ଶିଶୁକନ୍ୟାକୁ ଧରି ଶୌଚ ହେବାକୁ ଯାଇଥିବାବେଳେ ଗାଁର 2 ଜଣ ଲୋକ ତାଙ୍କୁ ଆକ୍ରମଣ କରିବା ସହ ଶିଶୁକନ୍ୟାକୁ ମାଡ ମାରିଥିଲେ । ପରେ ଆହତ ଶିଶୁକନ୍ୟାକୁ ଧରି ଡାକ୍ତରଖାନାକୁ ନେଇଥିଲେ ମିଲି । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଗୋଟିଏ ପରିବାର ତାଙ୍କ ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁକନ୍ୟାର ବାପା ମାଆ ।

ସେପଟେ ଖବର ପାଇ ବରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି । ଏଥିସହ ଗାଁର ଦୁଇ ଜଣକୁ ଅଟକ ରଖି ଏହାର ଅଧିକ ତଦନ୍ତ ଜାରି ରହିଛି । ତେବେ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ବରଗଡ଼ ସଦର ଥାନା ଅଧିକାରୀ । ଅକାରଣରେ ଜଣେ ନିଷ୍ପାପ ଶିଶୁକନ୍ୟାର ହତ୍ୟାକୁ ନେଇ ଅଞ୍ଚଳବାସୀ କ୍ଷୁବ୍ଧ ଥିବାବେଳେ ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.